
ଭୁବନେଶ୍ୱର,ଆଜି ଓ ଆସନ୍ତାକାଲି ଉତ୍ତର ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ, ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ତେବେ ଆସନ୍ତା ୨୭ ଓ ୨୮ ତାରିଖରେ ବର୍ଷାର ପ୍ରଭାବ, ଉତ୍ତର ଓଡ଼ିଶା ଆଡ଼କୁ ବଢ଼ିବା ସମ୍ଭାବନା ରହିଛି। ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ଭାରି ବର୍ଷା ନେଇ ସତର୍କ କରିଛି ,ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ରାଜ୍ୟର ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ, ଜାରି କରାଯାଇଛି। ବରଗଡ଼ରୁ ସୁନ୍ଦରଗଡ଼, ପ୍ରବଳରୁ ଅତି ପ୍ରବଳ ବର୍ଷାରେ ଭିଜିବ, ପଶ୍ଚିମ ଓଡ଼ିଶା। ବର୍ଷା ଯୋଗୁଁଁ ଦିଲ୍ଲୀ-ଏନସିଆରରେ ମଧ୍ୟ ,ପାଗ ପରିବର୍ତ୍ତନ ହୋଇଛି। ମେଘ ଏବଂ ବର୍ଷା ଗରମରୁ, ଆଶ୍ୱସ୍ତି ଆଣିଛି। ମାତ୍ର ଜଳବନ୍ଦୀ ଏବଂ ନିରନ୍ତର ବର୍ଷା ଅନେକ, ବିମାନ ଉଡ଼ାଣକୁ ବାଧା ଦେଇଛି। ସୋମବାର ଦିନ ଦିଲ୍ଲୀ ଏବଂ ଏନସିଆରରେ, ବର୍ଷା ହେବାର ପୂର୍ବାନୁମାନ କରିଥିଲା, ପାଣିପାଗ ବିଭାଗ। ଏହି ପୂର୍ବାନୁମାନ ପରେ, ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ସମେତ ସମଗ୍ର ଏନସିଆରରେ, ପ୍ରବଳ ବର୍ଷା ହୋଇଥିଲା। ଦିଲ୍ଲୀରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବା ସହିତ, ପ୍ରବଳ ବର୍ଷା ହୋଇଥିଲା।




