ଓଡ଼ିଶା ପାଇଁ ରହିଛି ବଡ଼ ସୁଯୋଗ

ଭୁବନେଶ୍ୱର ,ରାଜ୍ୟରେ ଉପଗ୍ରହ ଉତ୍କ୍ଷେପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ, ପ୍ରସ୍ତାବ ରହିଥିବା ନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ମହାକାଶ ଓ ବିଜ୍ଞାନ କ୍ଷେତ୍ରରେ ରାଜ୍ୟର ଭିତ୍ତିଭୂମିକୁ ଆହୁରି, ସୁଦୃଢ଼ କରିବା ଉପରେ, ସରକାର ଗୁରୁତ୍ୱ ଦେଉଥିବା ମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବିଜ୍ଞାନ ଭବନ, ଓର୍ସାକ୍ର ନୂତନ କୋଠା ଏବଂ ଜିଆଇଏସ୍ ଲ୍ୟାବ୍ ପ୍ରତିଷ୍ଠା କରାଯିବ । ଏନେଇ କେନ୍ଦ୍ର ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ହୋଇଥିବା, ନେଇ ମନ୍ତ୍ରୀ କହିଛନ୍ତି । ରାଜ୍ୟର ବିକାଶରେ ଉପଗ୍ରହଭିତ୍ତିକ ପ୍ରଯୁକ୍ତିର ଭୂମିକାକୁ, ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଓର୍ସାକ୍ ମାଧ୍ୟମରେ ଚାଷଜମି, ଭୂତଳ ଜଳ ଓ ଖଣିଜ ସମ୍ପଦ ସମ୍ପର୍କରେ, ବିଭିନ୍ନ ତଥ୍ୟ ହାସଲ କରାଯାଉଛି । ଏହି ତଥ୍ୟର ଉପଯୋଗ ଦ୍ୱାରା ଅନେକ କ୍ଷେତ୍ରରେ, ସରକାରୀ ରାଜସ୍ୱ ସଞ୍ଚୟ କରାଯାଇପାରୁଛି ବୋଲି ମନ୍ତ୍ରୀ କହିଛନ୍ତି ।ଅନ୍ୟପକ୍ଷରେ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମୁଗମ୍ କହିଛନ୍ତି, “ବିଜ୍ଞାନ କ୍ଷେତ୍ରରେ ଓଡ଼ିଶା ଲଗାତାର ଅଗ୍ରଗତି କରୁଛି । କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗୀର ଓ ରାଉରକେଲାରେ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ୍ ପ୍ରତିଷ୍ଠା କରାଯାଇଛି ।” ଛାତ୍ରଛାତ୍ରୀମାନେ ଏସବୁ କେନ୍ଦ୍ର ପରିଦର୍ଶନ କରି ମହାକାଶ, ଗ୍ରହ ଓ ନକ୍ଷତ୍ର ସମ୍ପର୍କରେ ଜ୍ଞାନ ଆହରଣ କରିବା ସହ, ପ୍ରତ୍ୟେକ ବିଷୟ ପ୍ରତି ଜିଜ୍ଞାସୁ ହେବା ଆବଶ୍ୟକ, ବୋଲି ସେ କହିଛନ୍ତି ।




