
ଭୁବନେଶ୍ୱର, ମିଠା ଦୋକାନରେ ବି ଛେନାର, ମାନ ଯାଂଚ୍ ହେଉଛି।
ଚାଲିଛି ଚଢାଉ ପରେ ବଢାଉ। କେଉଁଠି ଅପମିଶ୍ରିତ ପନିର ତ ,କେଉଁଠି ଜବତ ହେଉଛି କିଲୋ କିଲୋ ଛେନା।
କିଛି ଅସାଧୁ ବ୍ୟବସାୟୀଙ୍କ ଅପମିଶ୍ରିତ ପନିର ପାଇଁ, ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି।
ଏଭଳି ସ୍ଥିତିରେ ପାଳିଥିବା ଗାଈ ଓ ପରିବାର କେମିତି ପୋଷିବୁ ବୋଲି, ପ୍ରଶ୍ନ କରିଛନ୍ତି ଚାଷୀ।ପନିର ଓ ଛେନା ବିକ୍ରି କମିବାରୁ ବ୍ୟବସାୟୀ, ଚାଷୀଙ୍କ ଠାରୁ ଦୁଗ୍ଧ କିଣିବା କମାଇ ଦେଇଛନ୍ତି।
ଆଗ ଅପେକ୍ଷା ଅଧା ହୋଇଯାଇଛି ବିକ୍ରି।




