
ଭୁବନେଶ୍ୱର ,କେନ୍ଦ୍ର କ୍ୟାବିନେଟ ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ, ଅନୁମୋଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ରେଳ ମନ୍ତ୍ରଣାଳୟର ପ୍ରାୟ ୯,୪୫୦ କୋଟି ଟଙ୍କାର ୪ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଯେଉଁଥିରେ ଖଡ଼ଗପୁର–ଭଦ୍ରକ ,୪ର୍ଥ ଲାଇନ ନିର୍ମାଣ କରାଯିବ। ଏହାଛଡ଼ା ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ୍, କଟକ–ପାରାଦୀପର ତୃତୀୟ ଓ ୪ର୍ଥ ଲାଇନ୍ ଓ ଗୁମ୍ମିଡିପୁଣ୍ଡି-ଗୁଡୁର ୩ୟ ଏବଂ ୪ର୍ଥ ଲାଇନ୍ ରହିଛି। ଏହି ପ୍ରକଳ୍ପ କାମ ସରିଗଲେ, ଯାତାୟତ ସୁଗମ ହେବ। ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ, ଏହି ପ୍ରକଳ୍ପ ନିର୍ମାଣ ହେବ। ତୃତୀୟ ଓ ୪ର୍ଥ ରେଳପଥ ନିର୍ମାଣ କରାଯିବ। ଏଥିପାଇଁ ୯,୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ, ସୂଚନା ଦେଇଛନ୍ତି।ରେଳ ମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶର ୮ଟି ଜିଲ୍ଲାକୁ ସାମିଲ କରୁଥିବା, ଏହି ୪ଟି ପ୍ରକଳ୍ପ ପ୍ରାୟ ୬,୪୪୮ଟି ଗାଁର ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ନୂତନ ଭାରତ’ ପରିକଳ୍ପନାକୁ ସାକାର, କରିବ।




