
ଭୁବନେଶ୍ୱର ,ଆସନ୍ତାକାଲିଠୁ ବଢିବ ବର୍ଷା ପରିମାଣ। ଆସନ୍ତା ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୨ ତାରିଖ ବେଳକୁ ବଙ୍ଗୋପସାଗରରେ, ଲଘୁଚାପ ସୃଷ୍ଟି ହେବାର, ସମ୍ଭାବନା ରହିଛି।
ଏହାର ପ୍ରଭାବରେ ପଶ୍ଚିମ, ଉତ୍ତର ଓ ଉପକୂଳ ଓଡି଼ଶାରେ, ପ୍ରବଳ ବର୍ଷା ହୋଇପାରେ।
ଆସନ୍ତାକାଲି ୧୪ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ, ଲାଗିରହିବ ବର୍ଷା। କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର, ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ୧୪ଜିଲ୍ଲାକୁ ୟେଲୋ ଆଲର୍ଟ,୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗିରହିବ ବର୍ଷା ।




