ଜୀବନଶୈଳୀରାଜନୀତି

ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ ଙ୍କ ସୂଚନା

ଭୁବନେଶ୍ୱର ,ଦେଶ ସ୍ୱାଧୀନ ହେବାକୁ, ୭୯ ବର୍ଷ ପୂରିଲାଣି। ହେଲେ ଦୂର ହୋଇନି ଗାଁର ମୌଳିକ ସମସ୍ୟା। ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଓ ପାନୀୟ ଜଳ ପରି ମୌଳିକ ସମସ୍ୟାରୁ ଏବେ ମଧ୍ୟ ବଞ୍ଚିତ ଲୋକେ। ଆଜି ମଧ୍ୟ ଗାଁକୁ ଯିବା ପାଇଁ ନାହିଁ ରାସ୍ତା। ତେଣୁ ଗର୍ଭବତୀଙ୍କୁ ଖଟିଆରେ ବୁହା ହେବାକୁ, ପଡ଼ୁଛି। ଗାଁର ଗରିବ ଙ୍କୁ ମିଳୁନି, ଉଚିତ ଚିକିତ୍ସା।  ଅନେକ ସମୟରେ ମୃତ୍ୟୁ ସହିତ ସଂଘର୍ଷ କରିବାକୁ, ପଡ଼ୁଛି। ଲୋକଙ୍କ ହାତ ପାଆନ୍ତାରେ ମିଳିବ ସହରୀ ସୁବିଧା। ଗାଁ ହେବ ସହର। ଏଥିପାଇଁ ଓଡ଼ିଶା ସରକାର, ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି। ଗାଁକୁ ହାଇଟେକ କରିବା ପାଇଁ, ଅନେକ ଯୋଜନାକୁ ହାତକୁ ନେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ, ରବି ନାଏକ।ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ନିର୍ମାଣ ହେବ। ଏଥିପାଇଁ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ସରକାର। ଠିକ୍ ସେହିପରି ପ୍ରତି ପଞ୍ଚାୟତରେ, ଆଦର୍ଶ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ।ପୂର୍ବ ପରି ଗାଁ ଆଉ ହେବନି, ଦୁର୍ଗମ। ମୌଳିକ ସୁବିଧା ସୁଯୋଗ ପାଇଁ ଯିିବାକୁ, ପଡ଼ିବନି ବେଶୀ ଦୂର। ଲୋକଙ୍କ ହାତ ପାଆନ୍ତାରେ ମିଳିବ, ସହରୀ ସୁବିଧା। ଗାଁ ହେବ ସହର। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରୁଛନ୍ତି, ଓଡ଼ିଶା ସରକାର।

Related Articles

Back to top button