Uncategorized

ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କର ଗୁରୁବାର ଦେହାନ୍ତ ହୋଇଛି। ୮୦ ବର୍ଷୀୟ ଏହି ପୂର୍ବତନ ନେତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୯୮୪ ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ ଦୁଇଟି ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ସେବେଠାରୁ ସେ ଦିଲ୍ଲୀର ତିହାର ଜେଲ୍‌ରେ ସଜା କାଟୁଥିଲେ। ତାଙ୍କ ବିରୋଧରେ ଥିବା ତିନୋଟି ମାମଲା ମଧ୍ୟରୁ ଗୋଟିଏରେ ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ବେଳେ ଅନ୍ୟ ଦୁଇଟିରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ମାମଲାଗୁଡ଼ିକ ୧୯୮୪ ଶିଖ ବିରୋଧୀ ଦଙ୍ଗା ସହ ଜଡ଼ିତ। ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ପାଲମ୍ କଲୋନି ଅଞ୍ଚଳରେ ୫ ଜଣ ଶିଖଙ୍କୁ ହତ୍ୟା ଏବଂ ଗୋଟିଏ ଗୁରୁଦ୍ୱାରରେ ନିଆଁ ଲଗାଇବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୮ ଡିସେମ୍ବର ୧୭ରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।

Related Articles

Back to top button