ଓଡ଼ିଶାପାଣିପାଗ

ଆସନ୍ତା ୨୩ ତାରିଖ ବେଳକୁ ପୁଣି ଏକ ଲଘୁଚାପ

ଭୁବନେଶ୍ୱର , ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨୩ ତାରିଖ ବେଳକୁ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର, ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ପ୍ରବଳ ବର୍ଷା,କରାଇବ। ୨୨ ତାରିଖରୁ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲା, ସହିତ ଅନ୍ୟାନ୍ୟ ଜିଲାରେ ପ୍ରବଳ ବର୍ଷାର, ସମ୍ଭାବନା ରହିଛି। ଜୁନ୍‌ ୧ରୁ ଅଗଷ୍ଟ ୧୮ ମଧ୍ୟରେ ରାଜ୍ୟରେ, ସ୍ବାଭାବିକ ବର୍ଷା ୭୭୭.୮ମି.ମି. ହେବା ସ୍ଥଳେ, ୯୯୮ମି.ମି. ବର୍ଷା ହେଲାଣି। ଏହା ସ୍ବାଭାବିକଠାରୁ ୨୯% ଅଧିକ ବର୍ଷା। କିନ୍ତୁ, ଅଦ୍ୟାବଧି କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିିରି ଏବଂ ଗଜପତି ଜିଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍‌ରେ ବଙ୍ଗୋପସାଗରରେ,ଗୋଟିଏ ହେଲେ ଲଘୁଚାପ ସୃଷ୍ଟି ହୋଇନଥିବା ବେଳେ ଜୁଲାଇରେ, ୩ଟି ଏବଂ ଅଗଷ୍ଟ ପହିଲାରୁ ୧୮ ତାରିଖ ମଧ୍ୟରେ, ୩ଟି ଲଘୁଚାପ ସୃଷ୍ଟି ହୋଇଛି।  ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ, ସକ୍ରିୟ ଅବପାତ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ, ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଗତି କରିବ। ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ, ପରିଣତ ହେବା, ସମ୍ଭାବନା ରହିଛି। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନ ଥିଲେ ବି, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ, ବର୍ଷା ହେବ।

Related Articles

Back to top button