
ଭୁବନେଶ୍ୱର ,ଡିଜିପି ଚୟନ ବେଳେ, ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗରେ, ଦାଏର ହୋଇଛି ପିଆଇଏଲ।
ଗତ ୧୩ ତାରିଖରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ରାଜ୍ୟରେ, ଡିଜିପି ଚୟନ ପ୍ରକ୍ରିୟା ଉପରେ ବ୍ରେକ୍ ଲଗାଇଛନ୍ତି।
କୋର୍ଟ ୟୁପିଏସସି ଓ ଓଡ଼ିଶା ସରକାରଙ୍କ ପକ୍ଷ ଶୁଣିବା ପରେ, ପରବର୍ତ୍ତୀ ପ୍ରକ୍ରିୟା ନେଇ କଣ ନିର୍ଦ୍ଦେଶ ଦେଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ ହେବ।
ସେପଟେ ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟରେ, ଇନ୍-ଚାର୍ଜ ଡିଜିପି ଭାବେ ବିନୟତୋଷ ମିଶ୍ର, ଦାୟିତ୍ୱ ନେଇଛନ୍ତି।
ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟାକୁ ନେଇ, ଆଜି ସୁପ୍ରିମକୋର୍ଟରେ ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି।




