ଓଡ଼ିଶାପାଣିପାଗ

ବୈତରଣୀ ବନ୍ୟାରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ପ୍ରଭାବିତ

ଭୁବନେଶ୍ୱର ,ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ଧରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିବା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି।ରିପୋର୍ଟ ଅନୁଯାୟୀ ଜିଲ୍ଲାର ୧୦ଟି ବ୍ଲକ, ୧୧୭ଟି ଗ୍ରାମ ପଞ୍ଚାୟତ/ପୌରାଞ୍ଚଳ ଏବଂ ୨୭୦ଟି ଗ୍ରାମ, ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ପ୍ରଭାବିତ ବ୍ଲକ ଗୁଡ଼ିକ ହେଲା ଦଶରଥପୁର, ଯାଜପୁର, କୋରେଇ, ବିଞ୍ଝାରପୁର, ଧର୍ମଶାଳା, ରସୁଲପୁର, ବଡ଼ଚଣା, ବରୀ, ଦାନଗଦୀ ଓ ସୁକିନ୍ଦା ବ୍ଲକର, କିଛି କିଛି ପଞ୍ଚାୟତ । ବନ୍ୟା ଯୋଗୁଁ ସମୁଦାୟ ୨,୮୪,୫୭୮ ଜଣ ପ୍ରଭାବିତ ହୋଇଥିବା ବେଳେ ୯୫,୪୫୭ ଜଣ ଜଳବନ୍ଦୀ ହୋଇ ରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ, ୭୭,୬୮୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇ ୨୦୩ଟି ଆଶ୍ରୟସ୍ଥଳୀରେ, ରଖାଯାଇଛି ।ପ୍ରଭାବିତଙ୍କ ପାଇଁ ୧୯୫ଟି ମାଗଣା ରୋଷେଇ ଘର ମାଧ୍ୟମରେ, ରନ୍ଧା ଖାଦ୍ୟ ଯୋଗାଇ, ଦିଆଯାଉଛି ।ବନ୍ୟା ଯୋଗୁଁ ୧୪୧ଟି ଗ୍ରାମ ବାହ୍ୟ ଜଗତରୁ, ବିଚ୍ଛିନ୍ନ ହୋଇଥିବା ବେଳେ ୬୮ଟି ଗ୍ରାମୀଣ ରାସ୍ତା, ପୋଲ ଓ କଲଭର୍ଟ କ୍ଷତିଗ୍ରସ୍ତ ହୋଇଛି । ଉଦ୍ଧାର ଓ ରିଲଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ,୩ଟି ODRAF, ୨ଟି NDRF, ୧୨ଟି ଅଗ୍ନିଶମ ବାହିନୀ ଏବଂ ୧୨ଟି ପୋଲିସ/ସିଭିଲ୍ ଡିଫେନ୍ସ ଟିମ୍ ମୁତୟନ କରାଯାଇଛି ।୧୪ଟି ବିଶେଷ ଡଙ୍ଗା ମାଧ୍ୟମରେ, ଜଳବନ୍ଦୀ ଅଞ୍ଚଳରୁ ୩୭୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ୩୮ ଜଣଙ୍କୁ ଆପାତକାଳୀନ ଚିକିତ୍ସା ପାଇଁ, ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଅଞ୍ଚଳରେ, ୧୨ଟି ମେଡିକାଲ ଟିମ୍ ଓ ୧୨ଟି ଭେଟେନାରୀ ଟିମ୍ ନିୟୋଜିତ ହୋଇ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି।

Related Articles

Back to top button