Uncategorized

ଓଡ଼ିଶା ମାନବାଧିକାର କମିଶନର ନୂତନ ସଦସ୍ୟ ହେଲେ ଆଡଭୋକେଟ୍ ବିରାଜ ଶଙ୍କର ମିଶ୍ର

ଭୁବନେଶ୍ୱର: ଓଡ଼ିଶା ମାନବାଧିକାର କମିଶନ (OHRC)ର ନୂତନ ସଦସ୍ୟ ଭାବେ ଆଡଭୋକେଟ୍ ବିରାଜ ଶଙ୍କର ମିଶ୍ର ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ଦିଆଯାଇଥିବା ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି (ସଂଖ୍ୟା: ୧୧୫୪୫/୧୮ ଅଗଷ୍ଟ ୨୦୨୬) ଅନୁସାରେ, ମାନବାଧିକାର ସୁରକ୍ଷା ଆଇନ, ୧୯୯୩ର ଧାରା ୨୧ (ଉପଧାରା ୨) ଅଧୀନରେ ଶ୍ରୀ ମିଶ୍ରଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଛି। ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଆଡଭୋକେଟ୍ ବିରାଜ ଶଙ୍କର ମିଶ୍ର ହେଉଛନ୍ତି କେନ୍ଦୁଝର ନିବାସୀ ନାରାୟଣ ମିଶ୍ରଙ୍କ ପୁତ୍ର। ସୂଚନାଯୋଗ୍ୟ, ଓଡ଼ିଶା ମାନବାଧିକାର କମିଶନ ନାଗରିକଙ୍କ ଅଧିକାର ସୁରକ୍ଷା ଏବଂ ମାନବାଧିକାର ଉଲ୍ଲଂଘନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତୁରନ୍ତ ସମାଧାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।

Related Articles

Back to top button