ଓଡ଼ିଶାପାଣିପାଗ

ବନ୍ୟା ଯୋଗୁଁ ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ

ଭୁବନେଶ୍ୱର ,ଆଜି ଅବପାତରେ ପରିଣତ ହେଲା,ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ। ଡିପ୍ରେସନ୍ ଏବେ ବାଲେଶ୍ବରରୁ, ୧୮୦ କି.ମି. ଦୂରରେ ରହିଛି। ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ, ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଭୀଷଣ ବର୍ଷା ନେଇ, ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। କେନ୍ଦୁଝର ସହର ବର୍ଷାରେ, ବେହାଲ। ଗତକାଲିଠାରୁ ଲଗାଣ ବର୍ଷାରେ ସହର ର ବିଭିନ୍ନ ସ୍ଥାନରେ, ଜଳବନ୍ଦୀ ଅବସ୍ଥା।  ସହରର ବିଭିନ୍ନ ମୁଖ୍ୟ ରାସ୍ତା ସବୁରେ ଚାଲିଛି ପାଣି।  ଜନ ଜୀବନ, ଅସ୍ତବ୍ୟସ୍ତ ହୋଇପଡିଛି।ବାଲେଶ୍ୱରରେ ୯୩.୧ ମିଲିମିଟର ବର୍ଷା, ରେକର୍ଡ ହୋଇଛି। ତେବେ ବର୍ଷା ଫଳରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର। ଜଳକା ନଦୀର ବିପଦ ସଙ୍କେତ ମଥାନି ଠାରେ ୬.୫୦ ମିଟର ଥିବାବେଳେ, ସକାଳ ୬ଟାରେ ବିପଦ ସଙ୍କେତ ଉପରେ ୬.୫୨ ମିଟରରେ, ପ୍ରବାହିତ ହେଉଛି।  କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସି, ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ, ବିଚ୍ଛିନ୍ନ ହୋଇଛି। ଗୋବିନ୍ଦପୁର ରାସ୍ତା ଉପରେ, ୪ରୁ ୫ ଫୁଟ ଉଚ୍ଚର ବନ୍ୟାଜଳ, ପ୍ରବାହିତ ହେଉଛି।

Related Articles

Back to top button