
ଭୁବନେଶ୍ୱର,ବନ୍ୟା ଯୋଗୁଁ ଭଦ୍ରକ ଓ ଯାଜପୁରର ବିଭିନ୍ନ ଅଞ୍ଚଳରେ, ବିଶେଷ କ୍ଷୟକ୍ଷତି ହୋଇଥିବା ବେଳେ, ପ୍ରଭାବିତ ଲୋକଙ୍କ ସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବେ, ମୁଖ୍ୟମନ୍ତ୍ରୀ। ବନ୍ୟାଞ୍ଚଳ ପରିଦର୍ଶନ କରିବେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବନ୍ୟା ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ତିନିଟି ଜିଲ୍ଲାରେ ରିଲିଫ୍ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ତିନି ଜଣ ଆଇଏଏସ୍ ଅଧିକାରୀଙ୍କୁ, ପଠାଯାଇଛି। କେନ୍ଦ୍ରାଞ୍ଚଳ ଆରଡିସି ସୁଧାଂଶୁ ସାମଲଙ୍କୁ ଭଦ୍ରକ, ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ବର ଏବଂ ଅବକାରୀ କମିସନର ପି ଅନ୍ବେଷା ରେଡ୍ଡୀଙ୍କୁ ଯାଜପୁର ପଠାଯାଇଛି। ସେମାନେ ଜିଲ୍ଲାରେ ରହି ବନ୍ୟା ମୁକାବିଲା ପ୍ରସ୍ତୁତି, ରିଲିଫ୍ ଓ ଥଇଥାନ କାର୍ଯ୍ୟର ତଦାରଖ କରିବେ। ମୁଖ୍ୟମନ୍ତ୍ରୀ,ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ ତୁରନ୍ତ ସହାୟତା ଓ କ୍ଷୟକ୍ଷତି ଆକଳନ ନେଇ ଅଧିକାରୀଙ୍କ ସହ, ଆଲୋଚନା କରିବେ। ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ସମସ୍ତ ସରକାରୀ କର୍ମଚାରୀଙ୍କ, ଛୁଟି ବାତିଲ କରିଛନ୍ତି। ଯେଉଁମାନେ ପୂର୍ବରୁ ଛୁଟି ନେଇଛନ୍ତି, ସେମାନଙ୍କ ଛୁଟି ବାତିଲ୍ କରାଯାଇଛି।




