
ଭୁବନେଶ୍ୱର, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନରେ ଯାତ୍ରା କରିବାକୁ ଥିବା, ଜଣେ ଯାତ୍ରୀଙ୍କ ବନ୍ଧୁକରୁ ହଠାତ୍ ଗୁଳି ଫୁଟିଯିବାରୁ ୨ ଜଣ ବିମାନବନ୍ଦର କର୍ମଚାରୀ ଆହତ ହୋଇଛନ୍ତି। ଗୁଳି ଫୁଟିବା ପରେ, ବିମାନବନ୍ଦରରେ କିଛି ସମୟ ପାଇଁ, ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ତୁରନ୍ତ ପୋଲିସକୁ, ସୂଚନା ଦିଆଯାଇଥିଲା।ରବିବାର ସକାଳେ ଲାଲବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ,ଏହି ଘଟଣା ଘଟିଛି। ନିୟମ ଅନୁଯାୟୀ, ଅସ୍ତ୍ରଶସ୍ତ୍ର ଓ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯାଉଥିବା ସମୟରେ, ହଠାତ୍ ବନ୍ଧୁକରୁ ଗୋଟିଏ ରାଉଣ୍ଡ ଗୁଳି ଫୁଟିଯାଇଥିଲା। ଗୁଳିଟି ତଳେ ଥିବା ଏକ ସ୍ଥାନରେ ବାଜିବା ପରେ, ଦିଗ ବଦଳାଇ ନିକଟରେ ଥିବା ଦୁଇଜଣ, AAICLAS ସ୍କ୍ରିନରଙ୍କ ଦେହରେ ବାଜିଥିଲା। ଜଣେ ମହିଳା କର୍ମଚାରୀଙ୍କ ଜଙ୍ଘରେ ଏବଂ ଜଣେ ପୁରୁଷ କର୍ମଚାରୀଙ୍କ ହାତରେ, ଆଘାତ ଲାଗିଛି। ଉଭୟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନ୍ୟୁ ଲକ୍ଷ୍ମୀ ଟ୍ରମା ସେଣ୍ଟରକୁ, ନିଆଯାଇଛି। ଉଭୟଙ୍କ ସ୍ଥିତି ସ୍ଥିର ଥିବା ଜଣାପଡ଼ିଛି।ପୋଲିସ ଓ ବିମାନବନ୍ଦର ସୁରକ୍ଷା ଅଧିକାରୀମାନେ, ଘଟଣାର ତଦନ୍ତ କରୁଛନ୍ତି।




