
ଭୁବନେଶ୍ୱର,ନିର୍ଦ୍ଦିଷ୍ଟ ବ୍ରାଣ୍ଡର ପାନ ମସଲାର ବିଜ୍ଞାପନରେ ଅଭିନୟକୁ ନେଇ, ଅଜୟ ଦେବଗନ , ଟାଇଗର ସ୍ରଫ ,ଶାହରୁଖ ଖାନ୍, ଏହି ୩ ଅଭିନେତା ଏବେ, ଅଡୁଆରେ। ମହାରାଷ୍ଟ୍ରରେ, ଏହି ପାନ୍ ମସଲା ନିଷିଦ୍ଧ ଥିବାରୁ, ଏହାକୁ ନେଇ FDA ଆପତ୍ତି ଉଠାଇଛି। ୨୦୨୪ରେ ଶାହରୁଖ ଖାନ୍, ଅଜୟ ଦେବଗନ୍ ଓ ଟାଇଗର ଶ୍ରଫଙ୍କୁ ଏକାଠି କରି, ଏହି ପାନ୍ ମସଲାର ବିଜ୍ଞାପନ, ପ୍ରସ୍ତୁତ କରାଯାଇଥିଲା। ଏହି ବିଜ୍ଞାପନ ମାଧ୍ୟମରେ ନିଷିଦ୍ଧ ପାନ୍ ମସଲା ବ୍ରାଣ୍ଡର, ପରୋକ୍ଷ ପ୍ରଚାର ହେଉଛି କି ନାହିଁ, ସେନେଇ FDA ଯାଞ୍ଚ କରୁଛି। କାରଣ ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍, ତଥା FDA ଏହି ୩ ଜଣଙ୍କ ନାଁରେ, ନୋଟିସ୍ ଜାରି କରିଛି। FDAର ଅଭିଯୋଗ, ଏହି ବିଜ୍ଞାପନରେ ସଂପୃକ୍ତ ବ୍ରାଣ୍ଡ, ପରୋକ୍ଷ ଭାବେ ପାନ୍ ମସଲାର ପ୍ରଚାର କରୁଛି। FDA ନୋଟିସରେ ବିଜ୍ଞାପନ ବନ୍ଦ କରିବା ସହ, ସୋସିଆଲ୍ ମିଡିଆରୁ ଏ ସମ୍ପର୍କିତ ପ୍ରଚାର ହଟାଇବାକୁ କୁହାଯାଇଛି। ଏଥିସହ ୧୫ ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ, ଏହି ୩ ଅଭିନେତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଭ୍ରମାତ୍ମକ ବିଜ୍ଞାପନ ସମ୍ପର୍କିତ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଆଇନର, ଧାରା-୨୪ ଓ ୫୩ ଅନୁଯାୟୀ, FDA ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ତଥା FDA ଏହି ୩ ଜଣଙ୍କ ନାଁରେ ନୋଟିସ୍ ଜାରି କରିଛି। FDAର ଅଭିଯୋଗ, ଏହି ବିଜ୍ଞାପନରେ ସଂପୃକ୍ତ ବ୍ରାଣ୍ଡ, ପରୋକ୍ଷ ଭାବେ ପାନ୍ ମସଲାର ପ୍ରଚାର କରୁଛି।




