Uncategorized
ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ନେଲେ ବିନୟତୋଶ ମିଶ୍ର


ଭୁବନେଶ୍ବର: ଆଜି ଓଡିଶା ପୋଲିସର ଅନ୍ତରୀଣ ମୁଖିଆ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ବିନୟତୋଷ ମିଶ୍ର। ସେ ଡିଜିପି ୱାଇ ବି ଖୁରାନିଆଙ୍କଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୯୩ ବ୍ୟାଚ୍ର ଆଇପିଏସ୍ ଶ୍ରୀ ମିଶ୍ର ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ଡିଜି ଭାବେ କାର୍ଯ୍ୟ କରୁଥିଲେ। ବିଦାୟି ଡିଜିପି ଖୁରିନିଆଙ୍କୁ ପ୍ରଥମେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ଏହାପରେ ସେ ଅଫିସ ଯାଇ ବିନୟତୋଷଙ୍କୁ ଦାୟିତ୍ବ ହସ୍ତାନ୍ତର କରି ନିଜ ଆସନ ଛାଡି ଦେଇଥିଲେ। ବର୍ତ୍ତମାନ ଓଡିଶା ପୋଲିସର ମୁଖିଆ କିଏ ହେବ ତାହା ଆଇନ ଜାଲରେ ଛନ୍ଦି ହୋଇଯାଇଛି। ସୁପ୍ରିମ କୋର୍ଟ ଆସନ୍ତା ମଙ୍ଗଳବାର ଦିନ ଶୁଣାଣି କରିବେ। ଏହାପରେ ରାୟ ଆସିଲେ ୟୁପିଏସସି ପଦକ୍ଷେପ ନେବ। ମାମଲା ସୁପ୍ରିମକୋର୍ଟରେ ଥିବାର ବର୍ତ୍ତମାନ ଡିଜିପି ମନୋନିତ ହୋଇପାରୁ ନାହିଁ।




