
ଭୁବନେଶ୍ୱର,ଶନିବାର ପ୍ରଥମ ଥର ପାଇଁ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି, ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ତାମିଲ ସିନେମାର ଜଣେ ବଡ଼ ଷ୍ଟାର, ଭାବେ ପରିଚିତ ଥିବା ବିଜୟ, ରାଜନୀତିରେ ପ୍ରବେଶ କରିବା ପରେ, ଏବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱରେ ଅଛନ୍ତି। ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଭାଷଣ, ଏହି ରାଜନୈତିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।ବିଜୟ କହିଛନ୍ତି ଯେ, ତାଙ୍କ ସରକାର ସ୍ୱଚ୍ଛ ଓ ଭଲ ଶାସନ ଦେବା ଦିଗରେ କାମ କରୁଛି। ସରକାରୀ ରାଜସ୍ୱ ଯେପରି, ବ୍ୟକ୍ତିଗତ ଲୋକଙ୍କ ହାତକୁ ନଯାଏ, ସେଥିପାଇଁ ସରକାର ପଦକ୍ଷେପ ନେଉଛି। ଏହାସହ ବିଭିନ୍ନ ବିଭାଗରେ ଦୁର୍ନୀତିକୁ ରୋକିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।ରାଜ୍ୟର ଭବିଷ୍ୟତ ଗଠନରେ Gen-Z ଓ ଯୁବପିଢ଼ିର ଭୂମିକା ଉପରେ ମଧ୍ୟ ବିଜୟ ଗୁରୁତ୍ୱ ଦେଇଛନ୍ତି। ଯୁବପିଢ଼ିକୁ କେନ୍ଦ୍ରରେ ରଖି ରାଜ୍ୟର ଆଗାମୀ ଦିନ ପାଇଁ କାମ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।ସରକାର ବିରୋଧରେ ହେଉଥିବା ଷଡ଼ଯନ୍ତ୍ରକୁ, ବିଫଳ କରାଯିବ ଏବଂ ସରକାର ବିରୋଧୀ ଶକ୍ତି ,ପରାଜିତ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି।




