ଓଡ଼ିଶାସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ପୁଣି ଜଣେ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି,ଭୁବନେଶ୍ୱରରେ। ଚଳିତ ବର୍ଷ ରାଜଧାନୀରେ, ଏହା ପ୍ରଥମ କୋଭିଡ୍ ମାମଲା ବୋଲି, ରିପୋର୍ଟରୁ ଜଣାପଡ଼ିଛି।ଭୁବନେଶ୍ୱରରେ ଏହି ନୂଆ ମାମଲା ଚିହ୍ନଟ ହେବାର ଏକ ମାସ ମଧ୍ୟରେ ଓଡ଼ିଶାରେ, ଦ୍ୱିତୀୟ କୋଭିଡ୍ ସଂକ୍ରମଣ ସାମ୍ନାକୁ ଆସିଛି। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି, ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଜୁଲାଇ ମାସରେ ହିଁ ସମସ୍ତ ହସ୍ପିଟାଲକୁ ଆଇସୋଲେସନ୍ ବ୍ୟବସ୍ଥା, ପ୍ରସ୍ତୁତ ରଖିବାକୁ କହିଥିଲା। ଏହାସହ ନଜରଦାରୀ ବଢ଼ାଇବା ସହ, ଆନ୍ଧ୍ରପ୍ରଦେଶ ସୀମାକୁ ଲାଗିଥିବା ଜିଲ୍ଲାଗୁଡ଼ିକରେ, ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ କରିବାକୁ ମଧ୍ୟ କୁହାଯାଇଥିଲା। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କୋଭିଡ୍ ମାମଲା ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଥିଲା।ଜୁଲାଇ ୨୨ ତାରିଖରେ, ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳର, ଜଣେ ୫୪ ବର୍ଷୀୟ ମହିଳା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଏହି ମାମଲା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗକୁ, ଏପର୍ଯ୍ୟନ୍ତ ଔପଚାରିକ ଭାବେ ସୂଚନା ମିଳିନଥିବା କହିଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଡାକ୍ତର ରବୀନ୍ଦ୍ରନାଥ ମିଶ୍ର। ସେ କହିଛନ୍ତି, ରାଜ୍ୟର ସମସ୍ତ ହସ୍ପିଟାଲକୁ କୋଭିଡ୍ ମାମଲା ଚିହ୍ନଟ ହେଲେ, ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେବାକୁ, ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button