Uncategorized

ସ୍ୱାଧୀନତା ଦିବସ ପ୍ରସ୍ତୁତି ବେଳେ ମର୍ମନ୍ତୁଦ ଅଘଟଣ: ବିଦ୍ୟୁତ ଆଘାତରେ ଖେଳ ଶିକ୍ଷକ ମୃତ, ୩ ଛାତ୍ର ଗୁରୁତର

ଭୁବନେଶ୍ବର: ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପତାକା ଖୁଣ୍ଟ ପୋତିବା ବେଳେ ବିଦ୍ୟୁତ ଆଘାତରେ ଜଣେ କ୍ରୀଡ଼ା ଶିକ୍ଷକଙ୍କର ପ୍ରାଣହାନି ଘଟିଥିବା ବେଳେ ୩ ଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ମୃତ ଶିକ୍ଷକ ଜଣକ ହେଲେ ଜଳେଶ୍ୱର ଅଞ୍ଚଳର ପ୍ରିୟବ୍ରତ ବେହେରା। ସେ ମଇତାପୁରସ୍ଥିତ ‘ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ’ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୮ଟା ସମୟରେ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ପତାକା ଲଗାଇବା ପାଇଁ ଏକ ଲୁହା ପାଇପ୍ ନେଉଥିବା ବେଳେ ଅସାବଧାନତା ବଶତଃ ତାହା ଉପରେ ଯାଇଥିବା ଉଚ୍ଚ କ୍ଷମତାସମ୍ପନ୍ନ (ଓଭରହେଡ୍) ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିକ୍ଷକ ପ୍ରିୟବ୍ରତ ଓ ନିକଟରେ ଥିବା ୩ ଜଣ ଛାତ୍ର ବିଦ୍ୟୁତ ଆଘାତର ଶିକାର ହୋଇଥିଲେ।

Related Articles

Back to top button