ଜାତୀୟଦୁର୍ଘଟଣା

ଲୋକଙ୍କୁ ଚିହ୍ନଟ କରିବାକୁ ‘ଭିକ୍ଟିମ ଡିଟେକ୍ସନ କ୍ୟାମେରା’ର ସହାୟତା

ଭୁବନେଶ୍ୱର ,ଭୂସ୍ଖଳନ ହେବା କେହି ଜାଣି ପାରି ନ ଥିଲେ, ବର୍ଷା ପାଇଁ ଏହି ଦୁର୍ଘଟଣା ଘଟିଲା ବୋଲି, କୁହାଯାଉଛି।ମୁମ୍ବଇ ଘାଟକୋପରର ଚିରାଗ ନଗର ଅଞ୍ଚଳ ଅନ୍ତର୍ଗତ ଗୌସିଆ ଚାଲରେ, ବୁଧବାର ସକଳେ ବଡ଼ଧରଣର ଭୂସ୍ଖଳନ ହୋଇଛି।

ପାହାଡ଼ରୁ ମାଟି ଓ ପଥର ଖସି ଅନେକ ଘର ଉପରେ, ପଡ଼ିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୭ ଜଣ ମଧ୍ୟ ଆହତ ହୋଇଛନ୍ତି। ଆହୁରି ତିନିରୁ ୪ ଜଣ ଅବଶେଷ ତଳେ ଫସି ରହିଥିବା, କୁହାଯାଉଛି।

ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ, ଜାରି ରହିଛି।ଉଦ୍ଧାରକାର୍ଯ୍ୟରେ ଦମକଳ ବାହିନୀ, ପୁଲିସ, ଏନଡିଆରଏଫ, ବିଏମସି କର୍ମଚାରୀ ଲାଗିଛନ୍ତି।ଅବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଚିହ୍ନଟ କରିବାକୁ ‘ଭିକ୍ଟିମ ଡିଟେକ୍ସନ କ୍ୟାମେରା’ର ସହାୟତା ନିଆଯାଉଛି।

ମୁମ୍ବଇ ମେୟର ଋତୁ ତାଓଡ଼େ ମୃତକଙ୍କ ପରିବାରକୁ, ୪ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

Related Articles

Back to top button