Uncategorized

ସାପ କାମୁଡ଼ାରେ ଅଢ଼େଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ବର: ସାପ କାମୁଡ଼ାରେ ଚାଲିଗଲା ଅଢ଼େଇ ବର୍ଷର ଶିଶୁର ଜୀବନ। ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ିବାରୁ ଶିଶୁଟିର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର। ମୃତ ଶିଶୁଟି ବରଗିଡ଼ି ଗାଁର ଶଶିକାନ୍ତ ମଲ୍ଲିକଙ୍କ ଅଢ଼େଇ ବର୍ଷର ପୁଅ ଓମ୍‌କାର ମଲ୍ଲିକ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଓମ୍‌କାର ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହା ଜାଣିବା ପରେ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିଳମ୍ବ ନକରି ପରିବାର ଲୋକେ ତାଙ୍କୁ ତୁରନ୍ତ ସୋର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ହେଁ ଶେଷରେ ମୃତ ଘୋଷଣା କରିଥିଲେ। ଏହି ହୃଦୟବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳ ଓ ପରିବାରରେ ଗଭୀର ଶୋକର ଛାୟା ଖେଳିଯାଇଛି।

Related Articles

Back to top button