
ଭୁବନେଶ୍ୱର,ପ୍ରଥମ କରି ଲାଲକିଲାର ସ୍ବାଧୀନତା ଦିବସ ଉତ୍ସବରେ, ରାଷ୍ଟ୍ରଗୀତ ‘ବନ୍ଦେ ମାତରମ୍…’ ଗାନ କରାଯିବ। ପ୍ରତିରକ୍ଷା ସଚିବ ଆରକେ ସିଂହଙ୍କ ପକ୍ଷରୁ, ଦିଆଯାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଏଥର ଲାଲକିଲାରେ ତ୍ରିରଙ୍ଗା ଉେତ୍ତାଳନ ପୂର୍ବରୁ, ରାଷ୍ଟ୍ରଗୀତର ସମ୍ପୂର୍ଣ୍ଣ ପଙ୍କ୍ତି ଗାନ କରାଯିବ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାତୀୟ ପତାକା ଉତ୍ତୋଳନ କରିବେ।କ୍ୟାବିନେଟ୍ ମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତାଙ୍କ ବସିବା ପାଇଁ ଆସନ ଧାର୍ଯ୍ୟ କରାଯିବ। ଏଥର ସ୍ବାଧୀନତା ଦିବସ ଉତ୍ସବରେ ଯୁବଶକ୍ତିକୁ ଗୁରୁତ୍ବ ଦିଆଯାଇଛି। ଯାହାକି ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ଯୁବଶକ୍ତିର ଅବଦାନ ଉପରେ, ଆଲୋକପାତ କରାଯିବ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଜାତୀୟ ପତାକା ଉତ୍ତୋଳନ କରିବେ। ଜାତୀୟ ପତାକା ଉତ୍ତୋଳନ ପରେ, ଜାତୀୟ ସଂଗୀତ ‘ଜନଗଣ ମନ’ ଗାନ କରାଯିବ। ରାଷ୍ଟ୍ରଗୀତ ଓ ଜାତୀୟ ସଂଗୀତ ଗାନ ସମୟରେ, ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଠିଆ ହୋଇ, ରହିବେ। ଗତବର୍ଷ ସ୍ବାଧୀନତା ଦିବସ ଉତ୍ସବରେ, ବିରୋଧୀ ଦଳ ନେତାଙ୍କ ବସିବା ସ୍ଥାନକୁ ନେଇ ବିବାଦ ସୃଷ୍ଟି ହୋଇଥିବାବେଳେ, ଏଥର ବିରୋଧୀ ଦଳ ନେତାଙ୍କ ବସିବା ପାଇଁ ସ୍ଥାନ ଧାର୍ଯ୍ୟ କରାଯାଇଛି।




