
ଭୁବନେଶ୍ୱର ,ବ୍ୟାଟର ଯୁବରାଜ ସିଂହ ଓ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ହେବା ନେଇ, ଚର୍ଚ୍ଚା ଜୋର୍ ଧରିଛି।
ଗତ ୨ଟି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ଲେଅଫ୍ରେ, ପହଞ୍ଚି ପାରିନାହିଁ।
ତେଣୁ ପ୍ରଶିକ୍ଷକ ଦଳକୁ ପରିବର୍ତ୍ତନ କରିବାକୁ, ଦିଲ୍ଲୀ ଦଳ ମାଲିକନା, ନିଷ୍ପତ୍ତି ନେଇଛନ୍ତି।
ପୂର୍ବରୁ ହେମାଙ୍ଗ ବଦାନି ମୁଖ୍ୟ ପ୍ରଶିକ୍ଷକ, ବେଣୁଗୋପାଳ ରାଓ ସହକାରୀ ପ୍ରଶିକ୍ଷକ, ମୁନାଫ୍ ପଟେଲ, ବୋଲିଂ ପ୍ରଶିକ୍ଷକ ଓ ଇଆନ୍ ବେଲ୍ ବ୍ୟାଟିଂ ପ୍ରଶିକ୍ଷକ ଥିଲେ।
ରିପୋର୍ଟ ଅନୁସାରେ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ ପ୍ରଶିକ୍ଷକ, କିମ୍ବା କ୍ରିକେଟ୍ ନିର୍ଦେଶକ ଏବଂ ଯୁବରାଜ ବ୍ୟାଟିଂ ପ୍ରଶିକ୍ଷକ, ନିଯୁକ୍ତ ହେବେ।
୨୦୧୯ରେ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ମାର୍ଗଦର୍ଶନ ବା ମେଣ୍ଟର ଥିଲେ।
ଯୁବରାଜ ପ୍ରଥମଥର ଆଇପିଏଲ୍ ଦଳର ପ୍ରଶିକ୍ଷକ ଦାୟିତ୍ବ ନେବାକୁ ଯାଉଛନ୍ତି।




