ଅନ୍ୟାନ୍ୟସ୍ୱାସ୍ଥ୍ୟ

ବର୍ଷା ଦିନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ

ଭୁବନେଶ୍ୱର , ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମଜଭୂତ ପାଇଁ ନିଜ ଖାଦ୍ୟ-ପେୟ, ସ୍ୱଚ୍ଛତା ପ୍ରତି, ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଦିନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ…..ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ଓ ମଜଭୂତ କରିବା ପାଇଁ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ ସିରେ ଭରପୁର ଖାଦ୍ୟ ନିଶ୍ଚୟ ଖାଆନ୍ତୁ। ମହୁ, ତୁଳସୀପତ୍ର, ବାଦାମ ଆଦିରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହା ବ୍ୟତୀତ ଅଁଳା, ଘିକୁଆଁରୀ, ଲେମ୍ବୁ ଆଦିରେ ଭିଟାମିନ ସି, ପ୍ରଚୁର ମାତ୍ରାରେ ରହିଛି।ସତେଜ ପନିପରିବା ସହ ଭୋଜନ ପୂର୍ବରୁ ହାତ ନିଶ୍ଚୟ ଧୁଅନ୍ତୁ। ଶୁଦ୍ଧ ପାନୀୟ ଜଳର ବ୍ୟବହାର କରନ୍ତୁ। ଏହା ଶରୀରକୁ ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ।ଏହି ଦିନରେ ବାହାରେ, ରାସ୍ତା କଡରେ ବିକ୍ରି ହେଉଥିବା ଖାଦ୍ୟରୁ, ନିଜକୁ ଦୂରେଇ ରଖନ୍ତୁ।ସବୁବେଳେ ସତେଜ ଖାଦ୍ୟ ଖାଆନ୍ତୁ। ନଚେତ୍‍ ପ୍ରସ୍ତୁତ ଖାଦ୍ୟକୁ, ଗରମ କରି ଖାଆନ୍ତୁ। ଥଣ୍ଡା ଖାଦ୍ୟ ଖାଆନ୍ତୁ ନାହିଁ। ବାସି ଖାଦ୍ୟ ସେବନରୁ ଦୂରେଇ ରୁହନ୍ତୁ। ଶୁଦ୍ଧ ପାଣି ପିଇବା ସହ ଖାଦ୍ୟ ପ୍ରସ୍ତୁତି ପାଇଁ ମଧ୍ୟ ଭଲ ପାଣିର ବ୍ୟବହାର କରନ୍ତୁ। ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।

Related Articles

Back to top button