
ଭୁବନେଶ୍ୱର ,ଓଡ଼ିଶାକୁ ଏକ ପ୍ରମୁଖ ନିବେଶ କେନ୍ଦ୍ରରେ ପରିଣତ କରିବାକୁ, ରାଜ୍ୟ ସରକାରଙ୍କ ବଡ଼ ପ୍ରୟାସ। ନୂଆଦିଲ୍ଲୀରେ ଆୟୋଜନ ହେଉଛି ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’। ଦେଶର ପ୍ରମୁଖ ଶିଳ୍ପ ସଂଘ, ନିବେଶକ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର, ପ୍ରତିନିଧିମାନେ ଯୋଗଦେବେ। ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ସରକାରଙ୍କ ଶିଳ୍ପନୀତି ଓ ନିବେଶ ଅନୁକୂଳ ପରିବେଶ ସମ୍ପର୍କରେ, ସେମାନଙ୍କୁ ଅବଗତ କରାଯିବ।କୃଷକଙ୍କ ଉତ୍ପାଦର ମୂଲ୍ୟ ସଂଯୋଜନ, ଯୁବକ-ଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ଏବଂ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ଉପରେ ସରକାର, ଗୁରୁତ୍ୱ ଦେଉଛନ୍ତି। କୃଷିଜାତ ଉତ୍ପାଦ, ଫଳ, ପନିପରିବା, ମିଲେଟ୍ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ, ଓଡ଼ିଶାର ବିପୁଳ ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ଲକ୍ଷ୍ୟ , ଓଡ଼ିଶାକୁ ଦେଶର ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍ ଭାବେ ଗଢ଼ି ତୋଳିବା।ନିବେଶକଙ୍କ ସାମ୍ନାରେ ଉପସ୍ଥାପନ କରି ରାଜ୍ୟରେ, ନୂଆ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ବୃଦ୍ଧି କରିବା ହେଉଛି ରୋଡ୍ ଶୋ’ର ମୂଳ ଉଦ୍ଦେଶ୍ୟ।




