ଅନ୍ୟାନ୍ୟଜୀବନଶୈଳୀ

ଗ୍ରାହକଙ୍କ ଉପରେ ପଡ଼ିବ ପ୍ରଭାବ!

ଭୁବନେଶ୍ୱର ,ଟେଲିକମ୍ କମ୍ପାନୀ ଏୟାରଟେଲ୍ ଉପଭୋକ୍ତାମାନଙ୍କୁ,ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ସବୁଠାରୁ ଶସ୍ତା ପ୍ରିପେଡ୍ ପ୍ଲାନ୍, ୨୯୯ ଟଙ୍କିଆ ପ୍ଲାନ୍ ବନ୍ଦ କରିଦେଇଛି।ଏୟାରଟେଲ ଗତ ବର୍ଷ ଅଗଷ୍ଟ ମାସରେ ଏହାର ୨୪୯ ଟଙ୍କିଆ ପ୍ଲାନର, ମୂଲ୍ୟ ୨୯୯ ଟଙ୍କାକୁ ବୃଦ୍ଧି କରିଥିଲା। ସେତେବେଳେ କମ୍ପାନୀ ଟାରିଫ୍ ବୃଦ୍ଧିକୁ ଦର୍ଶାଇ, ଏହାର ପ୍ରିପେଡ୍ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା। ୨୯୯ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ବ୍ୟବହାରକାରୀଙ୍କୁ, ଅନେକ ସୁବିଧା ପ୍ରଦାନ କରୁଥିଲା। ଏହି ପ୍ଲାନ୍ ୨୮ ଦିନର ବୈଧତା ସହିତ ଆସିଥିଲା ​​ଏବଂ ଏଥିରେ ସାରା ଦେଶରେ, ଅନଲିମିଟେଡ୍ ସ୍ଥାନୀୟ ଏବଂ STD କଲିଂ ଅନ୍ତର୍ଭୁକ୍ତ ଥିଲା।ଏହା ସହିତ, ପ୍ରତିଦିନ ୧GB ହାଇ-ସ୍ପିଡ୍ ୪G/୫G ଡାଟା ଏବଂ ୧୦୦ SMS ପ୍ରଦାନ କରାଯାଇଥିଲା। ୨୯୯ ଟଙ୍କିଆ ପ୍ଲାନ୍ ବନ୍ଦ ହେବା ପରେ, କମ୍ ବଜେଟ୍‌ରେ ରିଚାର୍ଜ କରୁଥିବା ଗ୍ରାହକଙ୍କୁ ଏବେ ସର୍ବନିମ୍ନ ୩୪୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯଦିଓ ନୂଆ ପ୍ଲାନରେ ପୂର୍ବ ତୁଳନାରେ ଅଧିକ ଡାଟା ଏବଂ କିଛି ଅତିରିକ୍ତ ଡିଜିଟାଲ୍ ସବ୍ସକ୍ରିପ୍ସନ୍ ସୁବିଧା ଦିଆଯାଉଛି, ତଥାପି ଯେଉଁ ୟୁଜର୍‌ମାନଙ୍କୁ, କେବଳ ସାଧାରଣ କଲିଂ ଓ ସୀମିତ ଡାଟାର ଆବଶ୍ୟକତା ଥିଲା, ସେମାନଙ୍କର ମାସିକ ଖର୍ଚ୍ଚ ବଢ଼ିବା ନିଶ୍ଚିତ ବୋଲି ଧରାଯାଉଛି।

Related Articles

Back to top button