ଅନ୍ତର୍ଜାତୀୟରାଜନୀତି

ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତିକୁ କୋର୍ଟରେ ଚ୍ୟାଲେଞ୍ଜ

ଭୁବନେଶ୍ୱର ,ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ୨୫ଟି ଡେମୋକ୍ରାଟ୍ ଶାସିତ ରାଜ୍ୟ, ଏକ ଆମେରିକୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଜୁଲାଇ ୨୪ରେ ଶେଷ ହୋଇଥିବା ୧୦ ପ୍ରତିଶତ ବିଶ୍ୱବ୍ୟାପୀ ଶୁଳ୍କ ବଦଳରେ ଆମେରିକା ଏହି ୬୦ଟି ଦେଶ ଉପରେ, ୧୦ ପ୍ରତିଶତରୁ ୧୨.୫ ପ୍ରତିଶତ ପର୍ଯ୍ୟନ୍ତ ଏକ ନୂତନ ପର୍ଯ୍ୟାୟ ଶୁଳ୍ପ ଲାଗୁ କରିଥିଲା। ବାଧ୍ୟତାମୂଳକ ଶ୍ରମ ସମସ୍ୟାର ମୁକାବିଲା କରିବାରେ, ବିଫଳ ହୋଇଥିବା ଦର୍ଶାଇ ଏହା କରାଯାଇଥିଲା।ନୂତନ ଶୁଳ୍ପ ଦ୍ୱାରା ଦେଶବ୍ୟାପୀ ଗ୍ରାହକ ଏବଂ ବ୍ୟବସାୟୀଙ୍କ ପାଇଁ ଖର୍ଚ୍ଚ ବୃଢ଼ ପାଇବ ବୋଲି ଦର୍ଶାଇ,  ୨୫ଟି ରାଜ୍ୟ ସୋମବାର ଆମେରିକା କୋର୍ଟ ଅଫ୍ ଇଣ୍ଟରନ୍ୟାସନାଲ୍ ଟ୍ରେଡ୍ ରେ ମାମଲା ଦାୟର କରିଛନ୍ତି।ଆମେରିକାରେ ଟାରିଫ୍ ଲଗାଇବା ପାଇଁ ସେକ୍ସନ ୩୦୧ ର ଆବଶ୍ୟକତାକୁ, ପାଳନ ନକରି ଏବଂ ବାଧ୍ୟତାମୂଳକ ଶ୍ରମ ଅଭ୍ୟାସର ମୁକାବିଲା କରିବା ପାଇଁ କୌଣସି ସ୍ପଷ୍ଟ କାରଣ ନଥାଇ, ନୂତନ ଶୁଳ୍କ ଲାଗୁ କରି ପ୍ରଶାସନ ଆଇନକୁ ଉଲ୍ଲଂଘନ କରିଛି ବୋଲି, ଏଥିରେ କୁହାଯାଇଛି। “ପ୍ରଶାସନ ଏହାକୁ ଯେତେ ପ୍ରକାରରେ ଯଥାର୍ଥ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲେ ମଧ୍ୟ, ଆଇନ ଏବଂ ଆମର ସମ୍ବିଧାନ ସ୍ପଷ୍ଟ କରେ ଯେ, ରାଷ୍ଟ୍ରପତିଙ୍କର ଯେକୌଣସି ଦେଶ ଉପରେ ମନଇଚ୍ଛା ବ୍ୟାପକ ଶୁଳ୍କ ଲଗାଇବାର କ୍ଷମତା ନାହିଁ,’ ବୋଲି ନ୍ୟୁୟର୍କ ଆଟର୍ନି ଜେନେରାଲ୍ କହିଛନ୍ତି।ଦର୍ଶାଯାଇଛି ଯେ ଶୁଳ୍ପଗୁଡ଼ିକରେ, କେତେକ ଉତ୍ପାଦ ଛାଡ଼ ରହିଛି ଯାହା ସେମାନଙ୍କର ଉଦ୍ଦେଶ୍ୟକୁ ଦୁର୍ବଳ କରୁଛି। ପ୍ରଶାସନର ତଦନ୍ତ ରିପୋର୍ଟରେ ଅନେକ ଦେଶ ଉପରେ ଶୁଳ୍ପ ଲଗାଇବାକୁ ଯଥାର୍ଥ ପ୍ରମାଣ କରିବା ପାଇଁ, କେବଳ ତିନୋଟି ବାଧ୍ୟତାମୂଳକ ଶ୍ରମ ଦ୍ୱାରା ପ୍ରସ୍ତୁତ ଉତ୍ପାଦକୁ ଚିହ୍ନଟ କରାଯାଇଥିଲା।

Related Articles

Back to top button