
ଭୁବନେଶ୍ୱର ,ଫିଲ୍ମ ‘ବାରାଣସୀ’କୁ ନେଇ ଆସିଛି ବଡ଼ ଅପଡେଟ୍।ଆସନ୍ତା ସପ୍ତାହରୁ ରାମୋଜୀ ଫିଲ୍ମ ସିଟିରେ ପରବର୍ତ୍ତୀ ସୁଟିଂ ସିଡ୍ୟୁଲ୍ ଆରମ୍ଭ ହେବାର, ସମ୍ଭାବନା ରହିଛି। ‘ବାରାଣସୀ’ର କାହାଣୀ ପବିତ୍ର ସହର ବାରାଣସୀକୁ କେନ୍ଦ୍ର କରି, ଗଢ଼ାଯାଇଛି। ପୌରାଣିକ କାହାଣୀ, ଆକ୍ସନ୍ ଏବଂ ସାଇନ୍ସ ଫିକ୍ସନର ସମନ୍ୱୟରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଏକ ବିଶାଳ ଗ୍ରହଣୁର ବିପଦକୁ ନେଇ, କାହାଣୀ ଆଗକୁ ବଢ଼ିବ। ମହେଶ ବାବୁ ‘ରୁଦ୍ର’ ଭୂମିକାରେ ନଜର ଆସିବେ। ପୃଥ୍ବୀରାଜ ସୁକୁମାରନ ଖଳନାୟକ ‘କୁମ୍ଭ’ ଚରିତ୍ରରେ ଅଭିନୟ କରୁଥିବା ବେଳେ, ପ୍ରିୟଙ୍କା ଚୋପ୍ରା ‘ମନ୍ଦାକିନୀ’ ଭୂମିକାରେ ଭାରତୀୟ ସିନେମାକୁ, ଫେରିଛନ୍ତି।ନିର୍ମାତାମାନେ ୨୦୨୬ ଅକ୍ଟୋବର ସୁଦ୍ଧା,ସମ୍ପୂର୍ଣ୍ଣ ସୁଟିଂ ଶେଷ କରିବାକୁ, ଲକ୍ଷ୍ୟ ରଖିଛନ୍ତି। ଫିଲ୍ମଟି ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୭ ଏପ୍ରିଲ ୨୦୨୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।ବ୍ୟାପକ ପ୍ରି-ପ୍ରୋଡକ୍ସନ୍ ଯୋଜନା ଏବଂ ସୁପରିଚାଳିତ ସୁଟିଂ ସିଡ୍ୟୁଲ୍ ଯୋଗୁଁ, ଫିଲ୍ମର ନିର୍ମାଣ କାର୍ଯ୍ୟ ବିନା ବାଧାରେ ଆଗେଇ ଚାଲିଛି। ଏପର୍ଯ୍ୟନ୍ତ ଫିଲ୍ମର ଏକ ବଡ଼ ଅଂଶର ସୁଟିଂ, ଶେଷ ହୋଇଥିବା ବେଳେ, ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟର ଚିତ୍ର ମଧ୍ୟ ସମ୍ପୂର୍ଣ୍ଣ ହୋଇଛି।ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଏବଂ ପୃଥ୍ବୀରାଜ ସୁକୁମାରନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର, ପ୍ରମୁଖ ସୁଟିଂ ସିଡ୍ୟୁଲ୍ ସଫଳତାର ସହ ଶେଷ ହୋଇଥିବା,ସୂଚନା ମିଳିଛି।




