
ଭୁବନେଶ୍ୱର, ଓଡ଼ିଶାର ୩ଟି ଷ୍ଟାର୍ଟଅପ୍ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ, ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି।‘ଅଟଳ ଇନୋଭେସନ ମିଶନ’ ଅଧୀନରେ ଦେଶର ବିଭିନ୍ନ ସ୍ଥାନରୁ, ମନୋନୀତ ହୋଇ ଆସିଥିବା ତୃଣମୂଳସ୍ତରର ଏହି ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ଓଡ଼ିଶାର ୩ ଉଦ୍ୟୋଗୀ ,ସାମିଲ ହୋଇଥିଲେ।ଷ୍ଟାର୍ଟଅପ୍ ଓଡ଼ିଶା ସିଇଓ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି, ଯୁବ ଓ ମହିଳା ଉଦ୍ୟୋଗୀଙ୍କ ସୃଜନଶୀଳ ଚିନ୍ତାଧାରାକୁ ଆଗକୁ ନେବା ପାଇଁ, ଓଡ଼ିଶା ଏକ ସଶକ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଢ଼ି ତୋଳୁଛି। ଶୀତଲ ଜିମାନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରା.ଲି. ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାଧୁନିକ ଅଟୋମେଟେଡ୍ ଏବଂ ରୋବୋଟିକ୍ ଉପକରଣ ବିକାଶ କରାଯାଉଛି। ଅନୁପ ପାଇକରାୟଙ୍କ ଦ୍ୱାରା ସ୍ଥାପିତ ଓଡ଼ିଶାର ଷ୍ଟାର୍ଟଅପ୍ ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ପକ୍ଷରୁ ପ୍ରସ୍ତୁତ ଉତ୍ପାଦ ‘ଚୁଲିଭ୍’ ପାରମ୍ପରିକ ରୋଷେଇ ବ୍ୟବସ୍ଥାକୁ, ଏକ ଆଧୁନିକ ରୂପ ଦେଇଛି। ଜାତୀୟ ସ୍ତରରେ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ମିଳିଥିବା ଏହି ସ୍ୱୀକୃତି କେବଳ ସେମାନଙ୍କର, ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଭାରତୀୟ ଷ୍ଟାର୍ଟଅପ୍ ପରିବ୍ୟବସ୍ଥାରେ, ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟକୁ ଦର୍ଶାଉଛି ବୋଲି, ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।



