ଅନ୍ୟାନ୍ୟରାଜନୀତି

ମାନହାନି ମକଦ୍ଦମା ରୁଜୁ କଲେ ମନ୍ତ୍ରୀ ନିତିନ୍ ଗଡ଼କରୀ।

ଭୁବନେଶ୍ୱର,ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ୍ ଗଡ଼କରୀ। କେନ୍ଦ୍ର ସରକାରଙ୍କ ତରଫରୁ ପେଟ୍ରୋଲ୍‌ରେ, ଇଥାନଲ୍-ମିଶ୍ରଣ କାର୍ଯ୍ୟକ୍ରମ ସହ ତାଙ୍କ ପରିବାରକୁ ଯୋଡ଼ି ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତକର ତଥ୍ୟ, ଆପତ୍ତିଜନକ ପୋଷ୍ଟ ଓ ଏଆଇ ଦ୍ବାରା ପ୍ରସ୍ତୁତ ଡିପ୍‌ଫେକ ଭିଡିଓ ପ୍ରସାରଣ କରାଯାଉଥିବା ନେଇ, ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମନ୍ତ୍ରୀ ନିତିନ୍ ଗଡ଼କରୀ।ଓକିଲ ସନ୍ଦୀପ ଲଡ୍ଡାଙ୍କ ମାଧ୍ୟମରେ, ଦାଖଲ ୮୬ ପୃଷ୍ଠାର ଏହି ଆବେଦନରେ ଗଡ଼କରୀ ସ୍ପଷ୍ଟ କରିଛନ୍ତି ଯେ, ଇଥାନଲ୍ ମିଶ୍ରଣ ନୀତି ନିର୍ଦ୍ଧାରଣ କିମ୍ବା ଏହାର କାର୍ଯ୍ୟକାରିତାରେ ତାଙ୍କ ମନ୍ତ୍ରଣାଳୟର କୌଣସି ଭୂମିକା ନାହିଁ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ୨୦୦୩ ମସିହାରୁ ଆରମ୍ଭ ହୋଇଥିବା ଏହି ନୀତି ଅଧୀନରେ, ୨୦୨୫-୨୬ ସୁଦ୍ଧା ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ ଲକ୍ଷ୍ୟ ରଖାଯାଇଛି।ଏଭଳି ଭିଡିଓ ଯୋଗୁଁ ତାଙ୍କ ବ୍ୟକ୍ତିଗତ ସୁନାମରେ ଆଞ୍ଚ ଆସିଥିବା ଦର୍ଶାଇ ସେ ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବା ସହ, ଏହି ସବୁ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କରିଛନ୍ତି।

Related Articles

Back to top button