
ଭୁବନେଶ୍ୱର,ସମ୍ଭାବ୍ୟ ବନ୍ୟା ଓ ପ୍ରଶାସନିକ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ, କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କୁ, ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଉପରିସ୍ଥ ଅଧିକାରୀଙ୍କ ଅନୁମତି ବିନା କୌଣସି ଅଧିକାରୀ, ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ସେହିପରି ଭାବରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ମଞ୍ଜୁରୀପ୍ରାପ୍ତ ଛୁଟିକୁ, ବାତିଲ କରାଯାଇଛି। ବର୍ତ୍ତମାନ ଛୁଟି କିମ୍ବା ମୁଖ୍ୟାଳୟ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ, ତୁରନ୍ତ କାର୍ଯ୍ୟସ୍ଥଳରେ ଯୋଗ ଦେବାକୁ, ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଆଜିଠାରୁ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବନ୍ୟା ପରିସ୍ଥିତିର ମୁକାବିଲା, ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା, ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।ରାଜ୍ୟରେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସାଙ୍ଘାତିକ ହେଲାଣି। ଅନେକ ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଏହାରି ମଧ୍ୟରେ ବନ୍ୟା ପାଇଁ ଘରୁ ବାହାରିବା, ମୁସ୍କିଲ ହୋଇପଡିଛି। ଯାହା ଫଳରେ ବନ୍ୟା ବିପନ୍ନ ମାନେ ସ୍କୁଲ ଘର ବାତ୍ୟା ଆଶ୍ରୟ ସ୍ଥଳ ଆଦିରେ ସୁରକ୍ଷିତ ରହିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରୁଛନ୍ତି। ଗତକାଲି ପାଖାପାଖି 11 ଟି ଜିଲ୍ଲାରେ ସ୍କୁଲ ବନ୍ଦ ରହିଥିବା ବେଳେ,ବନ୍ୟା ଏବେ ପ୍ରାୟ ସମସ୍ତ ନଦୀର ବିପଦ ରେଖା ଠାରୁ ଅଧିକରେ ଜଳ ପ୍ରଭାବିତ ହେଉଛି।




