ଓଡ଼ିଶାପାଣିପାଗ

ବିଭିନ୍ନ ଅଞ୍ଚଳରେ ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ

ଭୁବନେଶ୍ୱର, ପ୍ରବଳ ବର୍ଷା ଯୋଗୁଁଁ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହର ଓ ତୁରେକେଲା ବ୍ଲକର ବିଭିନ୍ନ ଅଞ୍ଚଳରେ, ଜନଜୀବନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ରାତି ସାରା ପ୍ରବଳ ବର୍ଷା ହେବା ଫଳରେ ସହରର ଅନେକ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଗ୍ରାମାଞ୍ଚଳର ଅନେକ ନିମ୍ନାଞ୍ଚଳ ଜଳମଗ୍ନ ହୋଇପଡ଼ିଛି।  ନାଳ ଓ ଡ୍ରେନ୍‌ଗୁଡ଼ିକ ଉଛୁଳା ପାଣି ରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ, ଅସ୍ତବ୍ୟସ୍ତ ହୋଇପଡ଼ିଛି। ହଲନ ଭଟା-ଗୋଇନ୍ଦିମାଳରେ ଗ୍ରାମ୍ୟ ଉନ୍ନୟନ ରାସ୍ତାର କର୍ଲଭଟ ଧୋଇ ନେଇଥିବା ବେଳେ, କୁସପାଲି ଗାଁରୁ ଗୋଇନ୍ଦିମାଲ ରାସ୍ତାର ୨ଟି ଜାଗାରେ, ରାସ୍ତା ଧୋଇ ଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ହଳନ ଭଟା-ବରିଆଲି ରାସ୍ତାର କର୍ଲଭଟ ଭାଙ୍ଗି ଯାଇଥିବା, କୁସପାଲି ,ଗୁର୍ଜିଭଟା ରାସ୍ତା ଧୋଇଯିବା ସହ ଗୋହିରା ପଡା ରାସ୍ତାର ୨ଟି ଜାଗାରେ ରାସ୍ତା ଧୋଇ ନେଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି।ସ୍ଥାନୀୟ ଲୋକମାନେ ବର୍ଷା ପାଣି ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କ ନିକଟରେ, ଦାବି କରିଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଉଥିବା ବେଳେ ଲୋକମାନଙ୍କୁ ଅନାବଶ୍ୟକ ଭାବେ ବନ୍ୟାପ୍ରବଣ ଓ ଜଳମଗ୍ନ ଅଞ୍ଚଳକୁ, ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Related Articles

Back to top button