ଅନ୍ୟାନ୍ୟଶିକ୍ଷା

ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ଅଭିଜିତ ଦୀପକେ

ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି କକରୋଚ୍ ଜନତା ପାର୍ଟି ର ପ୍ରତିଷ୍ଠାତା, ଅଭିଜିତ ଦୀପକେ ବୁଧବାର ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ମହାରାଷ୍ଟ୍ରସ୍ଥିତ ନିଜ ଘରକୁ ଫେରିବା ପରେ ଅଭିଜିତ ଦୀପକେ, ଏହି ବୟାନ ଦେଇଛନ୍ତି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଆନ୍ଦୋଳନ ଶେଷ ହୋଇଥିଲେ ମଧ୍ୟ ଛାତ୍ର ପ୍ରତିବାଦକାରୀଙ୍କୁ ଏବେ ବି ହଇରାଣ କରାଯାଉଛି।ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଛାତ୍ରମାନଙ୍କୁ ନେଇ, କରୁଥିବା ଭିଡିଓ ସମ୍ପର୍କରେ ପଚରାଯିବାରୁ, ଦୀପକେ କହିଥିଲେ ଯେ, ମୋଦୀ ସରକାର ଚଳାଇବା ଅପେକ୍ଷା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବେ, ଅଧିକ ଭଲ କାମ କରିପାରିବେ।NEET ପେପର ଲିକ୍ ମାମଲାକୁ ନେଇ, ଦେଶବ୍ୟାପୀ ହୋଇଥିବା ଛାତ୍ର ଆନ୍ଦୋଳନର ଦାବିକୁ, କେନ୍ଦ୍ର ସରକାର ପୂରଣ କରିବାରେ, ବିଫଳ ହୋଇଥିବା ଅଭିଯୋଗ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।ଦିଲ୍ଲୀର ଯନ୍ତର ମନ୍ତରରେ CJP ଦ୍ୱାରା କରାଯାଇଥିବା ପ୍ରଦର୍ଶନ ସମୟରେ ପ୍ରତିବାଦକାରୀଙ୍କ ଉପରେ ପେଲେଟ୍ ଗନ୍ ବ୍ୟବହାର ଅଭିଯୋଗକୁ ନେଇ ଦୀପକେ, କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହାର ଆଦେଶ ଦେଇଥିବା ଲୋକଙ୍କୁ ଦାୟୀ କରାଯିବା ଉଚିତ।ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ, CJP ସମର୍ଥକଙ୍କ ଉତ୍ସବ ପାଳନକୁ ସମର୍ଥନ କରି ସେ କହିଛନ୍ତି ଯେ, କର୍ମୀମାନେ ୩୬ ଦିନ ଧରି କଷ୍ଟକର ପରିସ୍ଥିତିରେ ଆନ୍ଦୋଳନ କରିଥିଲେ, ତେଣୁ ଏହାକୁ ସେମାନେ ବିଜୟ ଭାବେ, ପାଳନ କରିବାର ଅଧିକାର ରଖନ୍ତି।

Related Articles

Back to top button