Uncategorized

ବନ୍ୟାରେ ଉବୁଟୁବୁ ଉତ୍ତର ଓଡ଼ିଶା: ୪୪ ବ୍ଲକରେ ୨ ଲକ୍ଷରୁ ଅଧିକ ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ବନ୍ୟା ଜଳରେ ବୁଡ଼ି ଢେଙ୍କାନାଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଟି ଗୃହପାଳିତ ପଶୁଙ୍କର ମଧ୍ୟ ପ୍ରାଣହାନି ଘଟିଛି। ରାଜସ୍ୱ ବିଭାଗ ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ୬ଟି ଜିଲ୍ଲାରେ ୨ ଲକ୍ଷ ୩ ହଜାରରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ, ୬ଟି ଜିଲ୍ଲାର ୪୪ଟି ବ୍ଲକ୍, ୨୩୩ଟି ଗ୍ରାମପଞ୍ଚାୟତ, ୭୪୮ଟି ଗାଁ ଏବଂ ୬ଟି ସହରାଞ୍ଚଳ ବନ୍ୟା କବଳରେ ରହିଛି। ଏଥିମଧ୍ୟରୁ ୨୨୬ଟି ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ଅଛି। ଉତ୍ତର ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବନ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୨ଟି ବ୍ଲକର ୩୭୮ଟି ଗାଁ ଅଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ସୁଦ୍ଧା ୨୭,୯୬୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କେବଳ ବାଲେଶ୍ୱରରୁ ୧୯,୦୮୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଖୋଲାଯାଇଥିବା ୧୨୫ଟି ରିଲିଫ କ୍ୟାମ୍ପରେ ପ୍ରାୟ ୧୭ ହଜାର ଲୋକ ଆଶ୍ରୟ ନେଇଛନ୍ତି।

Related Articles

Back to top button