ଅନ୍ତର୍ଜାତୀୟଯୁଦ୍ଧ

ଇରାକ ଉପରେ ଇରାନର ଆକ୍ରମଣ

ଭୁବନେଶ୍ୱର,ଆମେରିକା ଦୂତାବାସ ନିକଟରେ ଘଟିଥିବା ବିସ୍ଫୋରଣ ଇରାନର, ଡ୍ରୋନ୍ ଆକ୍ରମଣ ଯୋଗୁଁ ଘଟିଛି। ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ସମ୍ବେଦନଶୀଳ କୂଟନୈତିକ ଆଲୋଚନା ଚାଲିଛି।ସ୍ଥାନୀୟ ପୁଲିସ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏରବିଲ୍‌ର ଉତ୍ତର-ପୂର୍ବରେ ଥିବା ଖଲିଫାନ୍ ଏବଂ ସୋରାନ୍ ଅଞ୍ଚଳରେ, ଚାରିଟି ଡ୍ରୋନ୍ ଦ୍ବାରା ଆକ୍ରମଣ ହୋଇଥିଲା। ଆକ୍ରମଣର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଏହି ଅଞ୍ଚଳରେ ଆମେରିକା ତରଫରୁ ସାମରିକ କାର୍ଯ୍ୟକଳାପ, ଜୋରଦାର୍ ହୋଇଯାଇଛି। ବିସ୍ଫୋରଣ ପରେ ତୁରନ୍ତ ଏରବିଲ୍ ଆକାଶ ମାର୍ଗରେ ୧୦ରୁ ଅଧିକ ଆମେରିକୀୟ ଲଢୁଆ ବିମାନ ଏବଂ ଡ୍ରୋନ୍ ପାଟ୍ରୋଲିଂ କରୁଥିବା, ଦେଖାଯାଇଥିଲା। ଶାନ୍ତି ଆଲୋଚନା ବିଫଳ ହେଲେ ଇରାନ ଉପରେ ବଡ଼ ଧରଣର ସାମାରିକ କାର୍ଯ୍ୟାନୁଷ୍ଠାନ ନେଇ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି। ଓମାନ, କାତାର, ପାକିସ୍ତାନ ଏବଂ ଇଜିପ୍ଟ ବର୍ତ୍ତମାନ ଆମେରିକା ଏବଂ ଇରାନ ଯୁଦ୍ଧ ବନ୍ଦ ପାଇଁ ମଧ୍ୟସ୍ଥତା କରୁଛନ୍ତି।ବିସ୍ଫୋରଣ ପରେ ତୁରନ୍ତ ଏରବିଲ୍ ଆକାଶ ମାର୍ଗରେ, ୧୦ରୁ ଅଧିକ ଆମେରିକୀୟ, ଲଢୁଆ ବିମାନ ଏବଂ ଡ୍ରୋନ୍ ପାଟ୍ରୋଲିଂ କରୁଥିବା ଦେଖାଯାଇଥିଲା।  ଯାହାଦ୍ବାରା ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ କରାଯିବା ସହ, ଦୁଇ ପକ୍ଷ ମଧ୍ୟରେ ସନ୍ଧି ହୋଇପାରିବ। ତେବେ ଏରବିଲ୍‌ରେ ହୋଇଥିବା ଆକ୍ରମଣ ଏହି ଶାନ୍ତି ପ୍ରୟାସକୁ ପୁଣି ସଙ୍କଟରେ ପକାଇଛି।

Related Articles

Back to top button