ଯୁଦ୍ଧକୁ ସ୍ଥଗିତ ରଖିବା ଲାଗି ନିର୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଭୁବନେଶ୍ୱର,ଇରାନ ବିରୋଧରେ ଆମେରିକା କ୍ରମାଗତ ୧୩ ଦିନ ଧରି , ଯୁଦ୍ଧ ଚଳାଇ ଆସିଥିଲାବେଳେ ରବିବାର ଏହାକୁ, ସାମୟିକ ସ୍ଥଗିତ ରଖାଯାଇଛି। ଉଭୟ ଦେଶ ମଧ୍ୟରେ, କୂଟନୈତିକ ଆଲୋଚନା ତ୍ୱରାନ୍ୱିତ ହେବା, ଆମେରିକା ପ୍ରତିରକ୍ଷା ଭଣ୍ଡାରରେ କ୍ଷେପଣାସ୍ତ୍ର ପରିମାଣ ହ୍ରାସ ପାଇବା ଓ ଏକ ବ୍ୟାପକ ଆଞ୍ଚଳିକ ଯୁଦ୍ଧର ଆଶଙ୍କା ଯୋଗୁଁ ୱାଶିଂଟନ ଏହି ନିଷ୍ପତ୍ତି ନେଇଥିବା, ଜଣାଯାଇଛି। ହର୍ମୁଜ ପ୍ରଣାଳୀ ଦେଇ ବାଣିଜ୍ୟିକ ଜାହାଜ ଚଳାଚଳ ସୁରକ୍ଷିତ କରିବା ପାଇଁ, ଓମାନର ଏକ ପ୍ରତିନିଧିମଣ୍ଡଳୀ ତେହେରାନରେ ଇରାନର ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦର୍ଶାଇଛନ୍ତି ଯେ ,ସେ କୂଟନୈତିକ ବାଟରେ, ସମାଧାନ ଚାହୁଁଛନ୍ତି। ତେବେ ସେନାକୁ ସଜାଗ ରଖାଯାଇଛି ଓ ଆଲୋଚନା ବିଫଳ ହେଲେ ଆକ୍ରମଣ ପୁଣି, ଆରମ୍ଭ କରାଯାଇପାରେ। ମାତ୍ର ହ୍ବାଇଟ୍ ହାଉସ୍ ଯୋଗାଯୋଗ ନିର୍ଦେଶକ ଷ୍ଟିଭେନ୍ ଚେୟୁଙ୍ଗ କହିଛନ୍ତି, ଯେ ରାଷ୍ଟ୍ରପତି ଟ୍ରମ୍ପ କୂଟନୈତିକ ସମାଧାନ ସପକ୍ଷରେ ରହିଛନ୍ତି। ଇରାନ ଯଦି ହର୍ମୁଜ ପ୍ରଣାଳୀ କିମ୍ବା ଆମେରିକାର ସହଯୋଗୀ ରାଷ୍ଟ୍ର ଉପରେ ଆକ୍ରମଣ ଜାରି ରଖେ ତେବେ ଏହାର ଜବାବ ଦେବାକୁ ସେନାକୁ ସଜାଗ ରହିବାକୁ, କୁହାଯାଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି. ଭାନ୍ସ ଓ ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଅଧ୍ୟକ୍ଷ ଜେନେରାଲ୍ ଡାନ କେନ୍ ୱାଇଟ୍ ହାଉସ୍ ବୈଠକରେ ଟ୍ରମ୍ପଙ୍କୁ ସାବଧାନ କରାଇଛନ୍ତି ଯେ, ଆକ୍ରମଣକୁ ଆହୁରି ବ୍ୟାପକ କଲେ ଏହା ସମଗ୍ର ମଧ୍ୟପ୍ରାଚ୍ୟରେ, ଏକ ବଡ଼ ଯୁଦ୍ଧର ରୂପ ନେବ।




