
ଭୁବନେଶ୍ୱର,ଲଗାଣ ଲଘୁଚାପ ଜନିତ ପ୍ରବଳ ବର୍ଷା ରେ ଏବେ ମହାନଦୀ ଫୁଲିବା ସହ ଭଟ୍ଟାରିକା ମନ୍ଦିର ବେଢାରେ ପ୍ରବେଶ କରିଛି।
ଯେହେତୁ ଲୋକମାନେ ମହାନଦୀର, ବଢିଜଳକୁ ଦେଖିବା ପାଇଁ ଆସୁଛନ୍ତି, ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଦେବୋତ୍ତର ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ ପାଇଁ, ବ୍ୟାନର ଲଗାଇ ସଚେତନ କରାଯାଉଛି।
ବର୍ଷବର୍ଷ ଧରି କେନାଲ ସଫେଇ ହେଉନଥିବାରୁ, ପ୍ରବଳ ବର୍ଷା ହେଲେ ଗାଁରେ କେନାଲ ପାଣି ପଶୁଛି।
ଫଳରେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରୁନଥିବା ବେଳେ ପିଲାମାନେ ସ୍କୁଲ ମଧ୍ୟ ଯାଇପାରୁନାହାନ୍ତି।
ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ,ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତ, ଗଣେଶପୁର ଗାଁ ମଝିରେ ସୁଅ ଛୁଟୁଛି କେନାଲ ପାଣି।




