ରାଜନୀତିଶିକ୍ଷା

ପ୍ରହ୍ଲାଦ ଙ୍କ ହାତରେ ଶିକ୍ଷା ବିଭାଗ

ଭୁବନେଶ୍ୱର ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ, କେନ୍ଦ୍ରୀୟ କ୍ୟାବିନେଟ୍‌ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦେଇଛନ୍ତି।ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ କେନ୍ଦ୍ରୀୟ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। ଏହା ସହିତ ସେ ନବୀକରଣୀୟ ଶକ୍ତି ବିଭାଗର କେନ୍ଦ୍ରୀୟ ମନ୍ତ୍ରୀ ମଧ୍ୟ ଅଛନ୍ତି। ଏବେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସରକାରରେ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଅର୍ପଣ କରିଛନ୍ତି।ପ୍ରହ୍ଲାଦ ଯୋଶୀଙ୍କ ଜନ୍ମ କର୍ଣ୍ଣାଟକର ବିଜୟପୁରାରେ, ୨୭ ନଭେମ୍ବର ୧୯୬୨ରେ ଏକ ସାଧାରଣ ପରିବାରରେ ହୋଇଥିଲା। ସାଧାରଣ ପରିବେଶରେ ବଢ଼ିଥିବା ପ୍ରହ୍ଲାଦ ଯୋଶୀ ଛାତ୍ର ଜୀବନରୁ ହିଁ ସାମାଜିକ କାର୍ଯ୍ୟରେ, ସକ୍ରିୟ ରହିଥିଲେ ଏବଂ ସାମାଜିକ ପ୍ରସଙ୍ଗ ଉପରେ ନିଜର ସ୍ୱର, ଉଠାଇ ଆସୁଥିଲେ।ଜନହିତ ସମ୍ବନ୍ଧୀୟ ବିଷୟ ପ୍ରତି ପ୍ରହ୍ଲାଦ ଯୋଶୀଙ୍କ ଆଗ୍ରହ, ପିଲାବେଳୁ ରହିଥିଲା। ସେ ସ୍କୁଲ୍ ଶିକ୍ଷା ଶେଷ କରିବା ପରେ କର୍ଣ୍ଣାଟକ ୟୁନିଭର୍ସିଟି, ଧାରୱାଡ ସହ ଜଡ଼ିତ କେଏସ୍ ଆର୍ଟସ୍ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।ପ୍ରହ୍ଲାଦ ଯୋଶୀ ୧୯୯୫ ମସିହାରୁ, ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୫ରୁ ୧୯୯୮ ପର୍ଯ୍ୟନ୍ତ କର୍ଣ୍ଣାଟକର, ଧାରୱାଡରେ ବିଜେପିର ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ୧୯୯୮ରୁ ୨୦୦୩ ପର୍ଯ୍ୟନ୍ତ ସେ ଧାରୱାଡ ବିଜେପିର ଜିଲ୍ଲା ମହାସଚିବ ଭାବେ କାର୍ଯ୍ୟ କରିଥିଲେ।

Related Articles

Back to top button