ରାଜନୀତିଶିକ୍ଷା

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାର ମୁଖ୍ୟ କାରଣ

ଭୁବନେଶ୍ୱର ,ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ, ଗତ କିଛି ସମୟ ହେବ ପ୍ରଶାସନିକ ଏବଂ ରାଜନୈତିକ ଚାପ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା।  କିଛି କାରଣ ଯୋଗୁଁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଛି ।କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ NEET-UG ପରୀକ୍ଷାରେ ଅନିୟମିତତା, ପେପର ଲିକ୍ ବିବାଦ ଏବଂ ଏହାର ବିରୋଧରେ ଦେଶବ୍ୟାପୀ ଚାଲିଥିବା ଛାତ୍ର ଆନ୍ଦୋଳନର ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ, ପଠାଇଥିବା ନିଜ ଇସ୍ତଫାପତ୍ରରେ, ସେ ସ୍ପଷ୍ଟ କରିଛନ୍ତି ଯେ ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ଜାତୀୟ ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା କୌଣସି ପଦବୀ କିମ୍ବା ବ୍ୟକ୍ତିବିଶେଷଙ୍କଠାରୁ, ବହୁ ଉପରେ। ଜନ୍ତର-ମନ୍ତରରେ ଜାରି ରହିଥିବା ବିକ୍ଷୋଭ ଏବଂ ବିରୋଧୀ ଦଳଗୁଡ଼ିକର କ୍ରମାଗତ ଚାପ ପରେ ସରକାରଙ୍କୁ, ଏହି ବଡ଼ ପଦକ୍ଷେପ ନେବାକୁ ପଡ଼ିଛି।ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା NTA ର କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନ ଉଠିଥିଲା। ଯଦିଓ ସରକାର କଠୋର ପଦକ୍ଷେପ ନେଇ NTA ର ୪୭ ଜଣ ଅଧିକାରୀଙ୍କୁ ବରଖାସ୍ତ କରିଥିଲେ, ତଥାପି ବିବାଦ ଥମିନଥିଲା ଏବଂ ନୈତିକ ଉତ୍ତରଦାୟିତ୍ୱ ସିଧାସଳଖ ମନ୍ତ୍ରୀଙ୍କ ଉପରେ ଆସି ପଡ଼ିଥିଲା।

Related Articles

Back to top button