ଅନ୍ୟାନ୍ୟଶିକ୍ଷା

ପେପର ଲିକ୍ ମାମଲାରେ ମୋଦିଙ୍କ ବଡ଼ ସୂଚନା

ଭୁବନେଶ୍ୱର , କେନ୍ଦ୍ର କ୍ୟାବିନେଟରେ ଆସିବ ନୂଆ ବିଲ୍। ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ମୋଦି। ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ରୋକିବାକୁ ଏବଂ ପେପର ଲିକ୍ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ କ୍ୟାବିନେଟରେ ଏକ ନୂଆ ବିଲ୍ ଅଣାଯିବ। ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ, ନୁଆ ବିଲ୍ ଉପରେ ଆଲୋଚନା ହୋଇ, ମୋହର ବାଜିବାର ପୂର୍ଣ୍ଣ ସମ୍ଭାବନା ରହିଛି।  ଏହି ନୂଆ ବ୍ୟବସ୍ଥାରେ, ଫାଷ୍ଟ-ଟ୍ରାକ୍ କୋର୍ଟ ସହିତ ଦୋଷୀଙ୍କ ବିରୋଧରେ, କଠୋର ଦଣ୍ଡବିଧାନର ପ୍ରାବଧାନ ରହିବ। ସୋମବାରଠାରୁ ସଂସଦର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ, କ୍ୟାବିନେଟର ମଞ୍ଜୁରୀ ମିଳିବା ପରେ, ବିଲକୁ ଶୀଘ୍ର ସଂସଦରେ, ପାରିତ କରିବାକୁ ସରକାର ପ୍ରଚେଷ୍ଟା କରିବେ। ଭିଡ଼ିଓରେ ବର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ମାସ ମଧ୍ୟରେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଅନେକ ଦୃଢ଼ ପଦକ୍ଷେପ,ନିଆଯାଇଛି। ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଜେଲକୁ ପଠାଯାଇଛି।

Related Articles

Back to top button