Uncategorized
ବ୍ରହ୍ମପୁରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ: ଏମକେସିଜି ରେ ଭର୍ତ୍ତି


ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାକୁ କରୋନା ରୋଗ ଫେରିଛି। ଆଜି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଏହି ୩ ରୋଗୀଙ୍କ ମଧ୍ୟରେ ୨ ଜଣ ମହିଳା ରୋଗୀ ଥିବା ବେଳେ ଜଣେ ପୁରୁଷ ରୋଗୀ ଅଛନ୍ତି। ସମସ୍ତ ରୋଗୀଙ୍କ ମଧ୍ୟରେ କରୋନା ଲକ୍ଷଣ ତଥା ଜ୍ଵର ପରି ସମସ୍ୟା ଦେଖାଯିବା ପରେ କରୋନା ପରୀକ୍ଷା କରାଯାଇଥିଲା। ଯାହା ସେମାନଙ୍କର ରିପୋର୍ଟ ପଜିଟିଭ ଆସିବା ପରେ ସମସ୍ତ ରୋଗୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କର ଭ୍ରମଣ ଯାତ୍ରା ଏବଂ ସେମାନେ କାହା ସଂସ୍ପର୍ଶରେ ଆସିଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ସେପଟେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।




