
ଭୁବନେଶ୍ୱର ,ମହମୁଦପୁରାରେ ଏକ ବାଣ କାରଖାନାରେ,ଗୁଜୁରାଟର ଅହମ୍ମଦାବାଦରେ, ଏକ ବଡ ଅଘଟଣ ଘଟିଛି।
ଭୟଙ୍କର ଅଗ୍ନିକାଣ୍ଡ ଘଟି ଆଠ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ରୁ ଅଧିକ ଆହତ, ହୋଇଛନ୍ତି। ଖବର ପାଇ ମେୟର ଏବଂ ମ୍ୟୁନିସିପାଲ କମିଶନର ଘଟଣାସ୍ଥଳରେ ପହଞ୍ଚିଥିଲେ।
ଶନିବାର ଅପରାହ୍ନରେ ମହମୁଦପୁରାରେ ଥିବା ଟ୍ୟାଲେଣ୍ଟ ଫାୟାରୱାକ୍ସ କାରଖାନାରେ, ହଠାତ୍ ନିଆଁ ଲାଗିଯାଇଥିଲା।
ସବୁଠି ଭୟଙ୍କର ନିଆଁ ଉଠିଥିଲା ଏବଂ ଘନ କଳା ଧୂଆଁ ଆଖପାଖ ଅଞ୍ଚଳକୁ, ପୂର୍ଣ୍ଣ କରିଦେଇଥିଲା।
ଅଗ୍ନିଶମ କର୍ମଚାରୀ ଓ ପୁଲିସ ଖବର ପାଇ ଘଟଣାସ୍ଥଳରେ, ପହଞ୍ଚିଛନ୍ତି।
ସେଠାରେ ଉପସ୍ଥିତ ବାଣ ଯୋଗୁଁଁ ନିଆଁ ଦ୍ରୁତ ଗତିରେ, ବ୍ୟାପି ଯାଇଥିଲା ଏବଂ ସମଗ୍ର କାରଖାନାକୁ ଗ୍ରାସ କରିଥିଲା।




