ଅନ୍ୟାନ୍ୟଅପରାଧ

ରାଜ୍ୟରେ ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ସ୍କାନରରେ

ଭୁବନେଶ୍ୱର ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ, ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ, ଆଜି ଓଡ଼ିଶା ନିର୍ମାଣ ନିଗମ ଲିମିଟେଟ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସଞ୍ଜୟ କୁମାର କିସପଟ୍ଟାଙ୍କ ଘର ସମେତ ୭ଟି ସ୍ଥାନରେ, ଏକକାଳୀନ ଚଢ଼ାଉ କରାଯାଉଛି ।

ଏହି ଚଢ଼ାଉରେ ଭିଜିଲାନ୍ସର ୬ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ, ଆଠ ଜଣ ଇନ୍ସପେକ୍ଟର, ସାତ ଜଣ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର , ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀନିୟୋଜିତ ହୋଇଛନ୍ତି ।

ସଞ୍ଜୟ ଏହା ପୂର୍ବରୁ କୋରାପୁଟ ସମ୍ମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର, ସହକାରୀ ନିର୍ବାହୀ ଯନ୍ତ୍ରୀ ଥିଲେ ।

ସେଠାରେ ହିଁ ତାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି, ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା ।

ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଯାଞ୍ଚ ୱାରେଣ୍ଟ ବଳରେ, ଏହି ଚଢ଼ାଉ କରାଯାଉଛି ।

Related Articles

Back to top button