
ଭୁବନେଶ୍ୱର ,କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଚଳାଚଳ କରିବ। ଏହା ସକାଳ ୫ଟାରେ କୋରାପୁଟରୁ ଛାଡ଼ି ସେହିଦିନ, ରାତି ୧୦ଟା ୨୦ଟାରେ ପୁରୀରେ ପହଞ୍ଚିବ। ଉଭୟ ପାର୍ଶ୍ବରୁ ଟ୍ରେନ୍ଟି ଦିନ ବେଳା ଇଣ୍ଟରସିଟି ଟ୍ରେନ୍ ଭାବେ ଚଳାଚଳ କରୁଛି। ଯଦି ଟ୍ରେନ୍ରେ ଚେୟାର କାର୍ କୋଚ୍ ଉପଲବ୍ଧ କରା ନଯାଏ ତାହା ହେଲେ ଯାତ୍ରୀମାନେ ଏହାର ବିଶେଷ ଲାଭ ପାଇପାରିବେ ନାହିଁ। ଟ୍ରେନ୍ ସଂଖ୍ୟା ୧୮୪୦୭/୦୮ ପୁରୀ–କୋରାପୁଟ–ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ରେ, ଯାତ୍ରୀମାନେ ବସି ଯାତ୍ରା କରିବା ନିମନ୍ତେ, ସଂରକ୍ଷିତ ଚେୟାର କାର୍ କୋଚ୍ ସୁବିଧା ଉପଲବ୍ଧ ନାହିଁ। ଦିନରେ ଏହି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି। ସାଧାରଣ ଭାବେ ଦିନରେ ଚଳାଚଳ କରୁଥିବା ଟ୍ରେନ୍ ଗୁଡିକରେ, ଯାତ୍ରୀଙ୍କ ପାଇଁ ଚେୟାର କାର୍ କୋଚ୍ ସୁବିଧା ଥାଏ। ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ୍ରେ ସଂରକ୍ଷିତ ଚେୟାର କାର୍ କୋଚ୍, ବ୍ୟବସ୍ଥା ନଥିବାରୁ ଯାତ୍ରୀଙ୍କ ମହଲରେ, ଅସନ୍ତୋଷ ଦେଖାଦେଇଛି। ସଂରକ୍ଷିତ ଚେୟାର କାର୍ କୋଚ୍ ଅଭାବରୁ ଯାତ୍ରୀମାନେ, ବାଧ୍ୟ ହୋଇ ସ୍ଲିପର କାର ଭଡା ମୂଲ୍ୟ ଦେଇ ଯାତ୍ରା କରୁଛନ୍ତି।କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆରାମଦାୟକ ଯାତ୍ରା ନିମନ୍ତେ ଉଭୟ ସ୍ଲିପର କୋଚ୍ ସହ ଚେୟାର କାର୍ କୋଚ୍ ସଂଯୋଗ ରହିବା ଆବଶ୍ୟକ। ପୂର୍ବତଟ ରେଳପଥ ଯାତ୍ରୀଙ୍କ, ସୁବିଧା ନିମନ୍ତେ ନିଜ ଆଡୁ ତୁରନ୍ତ ଚେୟାର କାର୍ କୋଚ୍ ସଂଯୋଗ କରିବା ଆବଶ୍ୟକ।




