ଅନ୍ତର୍ଜାତୀୟକ୍ରୀଡ଼ା

ଟ୍ବେଣ୍ଟି-୨୦ ମୁକାବିଲାରେ ଭାରତର ସବୁଠୁ ବଡ଼ ପରାଜୟ।

ଭୁବନେଶ୍ୱର ,୧୨୫ ରନର ବଡ଼ ବ୍ୟବଧାନରେ,ପରାଜିତ ଟିମ୍ ଇଣ୍ଡିଆ। ୧୧.୪ ଓଭରରେ ମାତ୍ର ୭୬ ରନ୍ କରି ଶ୍ରେୟସ୍ ସେନା ଅଲ୍ ଆଉଟ୍। ୨୦୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ, ପ୍ରଭାବହୀନ ବ୍ୟାଟିଂ କରିଥିଲା। ଦୁଇ ଓପନର୍ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ପାୱାର ପ୍ଲେ’ ଭିତରେ ଅଧା ଦଳ ହରାଇ ଘୋର ସଙ୍କଟରେ, ପଡ଼ିଥିଲା ଭାରତ। ଇଂଲଣ୍ଡ କିନ୍ତୁ ୭ ୱିକେଟ୍  ବିନିମୟରେ ୨୦୧ ରନ୍ ର ସମ୍ମାନ ଜନକ ସ୍କୋର୍, କରି ନେଇଥିଲା।ଦଳର ୬ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ଶେଷରେ ଭାରତର, ପାଳି ୧୧.୪ ଓଭରରେ ମାତ୍ର ୭୬ ରନ୍ ରେ ଅଟକି ଯାଇଥିଲା। ଅଗ୍ନିବର୍ଷୀ ବୋଲିଂ ପାଇଁ ଜୋଫ୍ରା ଆର୍ଚର ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି, ବିବେଚିତ ହୋଇଥିଲେ। ମୁକାବିଲାରେ ଭାରତ ମଧ୍ୟ ନିଜ ସର୍ବନିମ୍ନ ଟ୍ବେଣ୍ଟି-୨୦ ସ୍କୋର୍ କରିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବଡ଼ ବିଜୟ ସହ ଇଂଲଣ୍ଡ ୫ ମ୍ୟାଚ୍  ବିଶିଷ୍ଟ ଶୃଙ୍ଖଳାରେ, ୨-୦ରେ ଆଗୁଆ ହୋଇଛି।ଟ୍ବେଣ୍ଟି-୨୦ ମୁକାବିଲାରେ, ଭାରତର ସବୁଠୁ ବଡ଼ ପରାଜୟ।  ୧୨୫ ରନର ବଡ଼ ବ୍ୟବଧାନରେ ପରାଜିତ ଟିମ୍ ଇଣ୍ଡିଆ।

Related Articles

Back to top button