Uncategorized

ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସାଧାରଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସଫଳତା ପାଇଁ ସେ ଇଣ୍ଡୋନେସିଆର ରାଷ୍ଟ୍ରପତି, ସରକାର ଏବଂ ସେଠାକାର ଜନସାଧାରଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ସମ୍ମାନ କେବଳ ମୋର ବ୍ୟକ୍ତିଗତ ସମ୍ମାନ ନୁହେଁ, ବରଂ ସମଗ୍ର ୧୪୦ କୋଟି ଭାରତୀୟଙ୍କର ଗୌରବ ଓ ସମ୍ମାନ।” ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶର ସମ୍ପର୍କ ବିଷୟରେ ଆଲୋକପାତ କରି କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଇଣ୍ଡୋନେସିଆର ଦ୍ୱିପାକ୍ଷିକ ସମ୍ପର୍କ ଏକ ନୂତନ ଉଚ୍ଚତାରେ ପହଞ୍ଚିଛି। ବିକାଶ, ସୁରକ୍ଷା, ପ୍ରଯୁକ୍ତିବିଦ୍ୟା  ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଉଭୟ ଦେଶ ମିଳିତ ଭାବେ ଆଗକୁ ବଢ଼ୁଛନ୍ତି। ଆଗାମୀ ଦିନରେ ଏହି ସମ୍ପର୍କ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ଏକ ନୂତନ ତଥା ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି।

Related Articles

Back to top button