ଓଡ଼ିଶାପାଣିପାଗ

ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ;   ଆମ ସରକାର ପରିବେଶ ସୁରକ୍ଷା ଓ ରାଜ୍ୟର ସବୁଜିମା ବୃଦ୍ଧି ପାଇଁ ବିଭିନ୍ନ ଦୂରଦର୍ଶୀ ଯୋଜନା ସଫଳତାର ସହ କାର୍ୟ୍ୟକାରୀ କରୁଛନ୍ତି। ଓଡ଼ିଶାରେ ଜଙ୍ଗଲ ଆଚ୍ଛାଦନ ବୃଦ୍ଧି କରି ସାରା ଦେଶରେ ରାଜ୍ୟକୁ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବାରେ ବନ ସୁରକ୍ଷା ସମିତି ଏବଂ ଜନସାଧାରଣଙ୍କ ସହଭାଗିତା ଅତୁଳନୀୟ । ନଦୀଗୁଡ଼ିକର ସୁରକ୍ଷା ପାଇଁ ‘ସବୁଜ ମହାନଦୀ ମିଶନ’, ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ‘ଆମ ଜଙ୍ଗଲ ଯୋଜନା’ ଏବଂ ‘ସହରାଞ୍ଚଳ ବନୀକରଣ କାର୍ୟ୍ୟକ୍ରମ’ ସହିତ କାମ୍ପା (CAMPA) ଓ ମିଷ୍ଟି (MISHTI) ଭଳି ଯୋଜନା ମାଧ୍ୟମରେ ପରିବେଶର ସନ୍ତୁଳନ ରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନିଆଯାଉଛି। ବିକାଶ ଓ ପରିବେଶ ପରସ୍ପରର ବିରୋଧୀ ନୁହନ୍ତି, ବରଂ ପରିପୂରକ। ଆସନ୍ତୁ, ସମସ୍ତେ ମିଳିମିଶି ଅଧିକରୁ ଅଧିକ ଗଛ ଲଗାଇବା ଏବଂ ଏକ ସୁସ୍ଥ, ସବୁଜ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହେବ । ୭୭ତମ ବନ ମହୋତ୍ସବ ସପ୍ତାହର ଉଦ୍ୟାପନୀ ଉତ୍ସବରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭୁବନେଶ୍ୱରସ୍ଥିତ କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ଏକ ଅଶୋକ ଗଛ ଲଗାଇବା ସହିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରେରିତ ବାର୍ତ୍ତା ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ଅଧୀନରେ ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ଛାତ୍ରୀଛାତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ ମୁଖ୍ୟମନ୍ତ୍ରୀ ।

Related Articles

Back to top button