Uncategorizedଓଡ଼ିଶା

ଖୋର୍ଦ୍ଧା ରୋଡ୍ ଡିଭିଜନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ମଙ୍ଗଳବାର ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ମାଳତୀପାଟପୁର ଏବଂ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟ ହେତୁ କିଛି ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ନିୟନ୍ତ୍ରଣ କରାଯାଇଛି । ଭିତ୍ତିଭୂମିର ଉନ୍ନତି ଏବଂ ଭବିଷ୍ୟତରେ ଅଧିକ ନିରାପଦ ଓ ସୁବିଧାଜନକ ରେଳ ପରିଚାଳନା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ନିମ୍ନଲିଖିତ ଟ୍ରେନ୍ ସେବାଗୁଡ଼ିକ ୦୭  ଜୁଲାଇ ୨୦୨୬ ତାରିଖରେ ବାତିଲ୍ ହୋଇଛି ।

  • ୬୮୪୦୩ ଖୋର୍ଦ୍ଧା ରୋଡ୍-ପୁରୀ ମେମୁ
  • ୬୮୪୦୪ ପୁରୀ-ଖୋର୍ଦ୍ଧା ରୋଡ୍ ମେମୁ
  • ୬୮୪୧୫ କଟକ-ପୁରୀ ମେମୁ
  • ୬୮୪୧୬ ପୁରୀ-କଟକ ମେମୁ
  • ୬୮୪୩୭ ଭଦ୍ରକ – କଟକ ମେମୁ
  • ୬୮୪୩୮ କଟକ- ଭଦ୍ରକ ମେମୁ
  • ୫୮୪୦୫ କଟକ-ପାରାଦୀପ ମେମୁ
  • ୫୮୪୦୬ ପାରାଦୀପ- କଟକ ମେମୁ

ଯାତ୍ରୀମାନଙ୍କୁ ଟ୍ରେନ୍ ଚଳାଚଳରେ ଏହି ପରିବର୍ତ୍ତନକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅପଡେଟ୍ ସୂଚନା ପାଇଁ, ଯାତ୍ରୀମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ‘ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍’ (NTES)କୁ ଭିଜିଟ୍ କରନ୍ତୁ କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିପାରିବେ।

 

Related Articles

Back to top button