Uncategorized

ଓଡ଼ିଶାରେ SIR ପାଇଁ ୧୦ IAS ପର୍ଯ୍ୟବେକ୍ଷକ ନିଯୁକ୍ତ; ପ୍ରତ୍ୟେକଙ୍କୁ ୩ଟି ଲେଖାଏଁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ବର: ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ସ୍ୱଚ୍ଛ, ସୁଚାରୁ ଓ ନିରପେକ୍ଷ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରାଯାଇଛି। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର ଆନୁଷ୍ଠାନିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାଗୁଡ଼ିକୁ ଅତିକମରେ ୩ ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ସେମାନେ କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନ ରହି ବିଭିନ୍ନ ବିଧାନସଭା ମଣ୍ଡଳୀର ମୂଳ ସ୍ତରକୁ ଯାଇ ମତଦାନ କେନ୍ଦ୍ରଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବେ। ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସେମାନେ ଆଲୋଚନା କରିବେ। ସେମାନଙ୍କ ଅଭିଯୋଗ ଶୁଣିବା ସହ ପ୍ରକ୍ରିୟାରେ ସକ୍ରିୟ ସହଯୋଗ ଲୋଡ଼ିବେ। ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ଆପତ୍ତି କିମ୍ବା ସମସ୍ୟା ନେଇ ସାଧାରଣ ଲୋକେ ମଧ୍ୟ ସିଧାସଳଖ ପର୍ଯ୍ୟବେକ୍ଷକଙ୍କୁ ଭେଟି ନିଜର ଅଭିଯୋଗ ଜଣାଇପାରିବେ।

  1. SRC ତଥା ସମବାୟ ବିଭାଗର ସଚିବ ରାଜେଶ ପ୍ରଭାକର ପାଟିଲ – ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର
  2. ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ – ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ
  3. ପର୍ଯ୍ୟଟନ ସଚିବ ବଳବନ୍ତ ସିଂହ – କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା
  4. ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ବି. ପରମେଶ୍ୱରନ – ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ
  5. ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡ. ବିଜୟ କେତନ ଉପାଧ୍ୟାୟ – ଦେବଗଡ଼, ସମ୍ବଲପୁର ଓ ବରଗଡ଼
  6. IDCOର ପ୍ରବନ୍ଧ ନିର୍ଦ୍ଦେଶକ ଡି. ପ୍ରସନ୍ନ କୁମାର ରେଡ୍ଡୀ – ଗଞ୍ଜାମ, ଗଜପତି ଓ ରାୟଗଡ଼ା
  7. କେନ୍ଦ୍ରାଞ୍ଚଳ RDC ସୁଧାଂଶୁ ମୋହନ ସାମଲ – କଟକ, ଢେଙ୍କାନାଳ ଓ ଅନୁଗୋଳ
  8. MSME ବିଭାଗର ସଚିବ ରଶ୍ମିତା ପଣ୍ଡା – ଭୁବନେଶ୍ୱର ମହାନଗର ସମେତ ପୁରୀ, ଖୋରଧା ଓ ନୟାଗଡ଼
  9. ସାଧାରଣ ଉଦ୍ୟୋଗ ବିଭାଗର ସଚିବ ମହମ୍ମଦ ସାଦିକ ଆଲମ – ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି
  10. ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର – କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା

Related Articles

Back to top button