ଜାତୀୟଜୀବନଶୈଳୀ

ମେଟାକୁ ନୋଟିସ୍ ଜାରି କରାଯାଇଛି

ଭୁବନେଶ୍ୱର ,ଡିଜିଟାଲ୍ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ସହିତ, କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ହ୍ବାଟସଆପର “USER NAMES” ଫିଚରକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଲେ, କେନ୍ଦ୍ର ସରକାର। ରୋଲ୍ ଆଉଟ୍ ଉପରେ ରୋକ୍ ଲଗାଇବା ସହ ମେଟାକୁ ଜାରି ହେଲା ନୋଟିସ। ଏହି ନୂତନ ସୁବିଧା ଦ୍ୱାରା ଅନଲାଇନ୍ ଠକେଇ, ପରିଚୟ ଚୋରି ଏବଂ ସାଇବର ଅପରାଧ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ। ଏହି ଫିଚର ଦ୍ବାରା ସରକାରୀ ଅଧିକାରୀ, ବ୍ୟାଙ୍କ କିମ୍ବା ଜଣାଶୁଣା ବ୍ୟକ୍ତିଙ୍କ ନାମରେ, ନକଲି ୟୁଜରନେମ୍ ତିଆରି କରି, ସାଇବର ଅପରାଧୀମାନେ ଲୋକଙ୍କୁ ସହଜରେ ବିଭ୍ରାନ୍ତ କରି ଟଙ୍କା ଲୁଟି ପାରନ୍ତି। ୟୁଜରନେମ୍ ବ୍ୟବହାର କରିବା ଦ୍ୱାରା, ମୋବାଇଲ୍ ନମ୍ବର ଲୁଚି ରହିବ। ଏହାଦ୍ୱାରା ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ, ଅପରାଧୀଙ୍କ ପ୍ରକୃତ ପରିଚୟ ଏବଂ ସେମାନେ ଭାରତରେ ଅଛନ୍ତି ନା ବିଦେଶରେ, ତାହା ଟ୍ରାକ୍ କରିବା କଷ୍ଟକର ହେବ। ଯେପରି କେହି ସେମାନଙ୍କ ନାଁରେ ନକଲି ଆକାଉଣ୍ଟ୍ ଖୋଲି ଲୋକଙ୍କୁ ଠକି ନପାରିବେ, ସେଥିପାଇଁ ବ୍ୟବସ୍ଥା ହାତକୁ ନିଆଯାଇଛି।

Related Articles

Back to top button